Latest Odisha News

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତିନି ଥର ଗ୍ରାମୀ ଆୱାର୍ଡ ୱିନର ସଂଗୀତ ନିର୍ଦ୍ଦେଶକ ରିକି କେଜ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଭେଟିଲେ ତୃତୀୟ ଥର ଗ୍ରାମୀ ଆୱାର୍ଡ ବିଜେତା ସଂଗୀତ ନିର୍ଦ୍ଦେଶକ ଡ. ରିକି କେଜ୍‌। ଶୁକ୍ରବାର ସେ ନବୀନ ନିବାସ ଯାଇ ସେଠାରେ  ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛଛ ନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ଉପଲବ୍‌ଧି ପାଇଁ ରିକି କେଜ୍‌ଙ୍କୁ ବଧେଇ ଜଣାଇଛନ୍ତି।ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି “ତିନି ଥର ଗ୍ରାମୀ ଆୱାର୍ଡ ବିଜେତା ତଥା ଭାରତୀୟ ସଂଗୀତ ନିର୍ଦ୍ଦେଶକ ଓ ପ୍ରଯୋଜକ ରିକି କେଜ୍‌ଙ୍କୁ ଭେଟି ଖୁସୀ ହେଲି। ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷରେ ଓଡ଼ିଶା ଦ୍ୱାରା ରିଲିଜ୍ କରାଯାଇଥିବା ମାଣ୍ଡିଆ ଗୀତରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଧନ୍ୟବାଦ ଦେଉଛି।”

ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାରା ଆର୍‌. ବାଲ୍‌କ୍ରିଷ୍ଣନ୍‌, କୃଷି ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଡ. ପ୍ରେମଚନ୍ଦ୍ର ଚୌଧୁରୀ, ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସୂଚନ ଥାଉକି ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଭାବେ ଘୋଷଣା କରାଯାଇଛି। ଭାରତର ପ୍ରସ୍ତାବ ପରେ ମିଳିତ ଜାତିସଂଘ ପକ୍ଷରୁ ଏହି ଘୋଷଣା କରାଯାଇଛି। ଭାରତ ମିଲେଟ୍ ଉତ୍ପାଦନରେ ଗ୍ଲୋବାଲ ହବ୍ ହେବାକୁ ଲକ୍ଷ୍ୟ ରଖିଛି। ତେଣୁ ମାଣ୍ଡିଆ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି।

Leave A Reply

Your email address will not be published.