Latest Odisha News

BREAKING NEWS

ସହକାରୀ ଯନ୍ତ୍ରୀଙ୍କ ଘରୁ ବାହାରିଲା କୁବେର ଭଣ୍ଡାର: ଟଙ୍କା ଆଉ ପ୍ଲଟ ଦେଖି ଭିଜିଲାନ୍ସ ଟିମ ଜଳକା

କଟକ : ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା ଆଉ ଏକାଧିକ ପ୍ଲଟ । ଏତେ ସମ୍ପତ୍ତି ଦେଖି ଭିଜିଲାନ୍ସ  ବି ଟେରା । ଆଜି ସକାଳୁ କଟକ ଜିଲ୍ଲା ସାଲେପୁର RW ସଵ ଡିଭିଜନ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖୋର୍ଦ୍ଧା , କଟକ , କେନ୍ଦ୍ରାପଡା ଓ ଭୁବନେଶ୍ୱରକୁ ମିଶାଇ  ଏକକାଳୀନ ୮ଟି ସ୍ଥାନରେ ଚଢାଉ ଚାଲିଥିଲା ।

ଆସିଷ୍ଟାଣ୍ଡ ଇଞ୍ଜିନିୟରଙ୍କର ଭୁବନେଶ୍ୱରରେ ରହିଛି ଗୋଟିଏ ତିନିମହଲା ଘର ସମସ୍ତେ ଦୁଇଟି କୋଠା । ଖଣ୍ଡଗିରି ବିହାର ପ୍ଲଟ ନ-୪୫ରେ ୫ ହଜାର ବର୍ଗଫୁଟର ତିନି ମହଲା କୋଠା ରହିଛି ଯାହାର ଦାମ ଏକ କୋଟିରୁ ଅଧିକ ହେବ । ଏହାବ୍ୟତୀତ ୧୭୨୯ ବର୍ଗଫୁଟ ଜାଗାରେ ଏକମହଲା ବିଶିଷ୍ଟ ଏକ କୋଠା କେନ୍ଦ୍ରାପଡାର ସଦାନନ୍ଦପୁରରେ ରହିଛି ।

ଏହାବ୍ୟତୀତ ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ଗୋଟିଏ ପ୍ଲଟ ଥିବା ସହ କେନ୍ଦ୍ରାପଡାରେ ରହିଛି ଏକାଧିକ ପ୍ଲଟ । ଯନ୍ତ୍ରୀଙ୍କର ପ୍ରାୟ ୨୧ଟି ପ୍ଲଟ ଥିବା ଜଣାଯାଇଛି । ଏହି ପ୍ଲଟର ମୋଟ ଦାମ କେତେ ସେ ନେଇ ଭିଜିଲାନ୍ସ ତଦନ୍ତ କରୁଛି । ଅନ୍ୟପକ୍ଷେ   ୮୮.୨୬ ଲକ୍ଷର ବ୍ୟାଙ୍କ ଆକାଉଣ୍ଟ, ୫.୪୫ ଲକ୍ଷର କ୍ୟାସ,ପୋଷ୍ଟାଲ ଓ ଅନ୍ୟାନ୍ୟ ଇନ୍ସ୍ୟୁରାନ୍ସ,  ୩ଟି ୪ ଚକିଆ ଗାଡି ମଧ୍ୟ ଇଞ୍ଜିନିୟର ବାବୁଙ୍କର ରହିଛି । ଏସବୁ ସମ୍ପତ୍ତି ଯନ୍ତ୍ରୀ ଅର୍ଜ୍ଜୁନ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ରହିଛି ।

ତଥାପି ଚଢାଉ ଚାଲିଛି । ଚଢାଉ ପରେ ଭିଜିଲାନ୍ସ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରାଯିବ । ତଦନ୍ତକାରୀ ଟିମରେ  ଭିଜିଲାନ୍ସର ୮ଜଣ ଡିଏସପି , ୮ଜଣ ଇନ୍ସପେକ୍ଟର, ୭ ଏଏସଆଇ  ସାମିଲ ରହିଛନ୍ତି ।

Leave A Reply

Your email address will not be published.