Latest Odisha News

BREAKING NEWS

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର; ୩ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ନାଗରୋଟାସ୍ଥିତ ଟୋଲ୍ ପ୍ଲାଜା ନିକଟରେ ଶୁକ୍ରବାର ଦିନ ହୋଇଥିବା ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ ନାଗରୋଟାସ୍ଥିତ ବନ୍ ଟୋଲ୍ ପ୍ଲାଜା ନିକଟରେ ଏକ ଟ୍ରକ୍‌ରେ କିଛି ଆତଙ୍କବାଦୀମାନେ ଶ୍ରୀ ନଗର ଅଭିମୁଖେ ଯାଉଥିଲେ । ଏହି ଯାଞ୍ଚ ବେଳେ ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା ହେବା ଫଳରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ମାଡରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି । ଏହି ଏନକାଉଣ୍ଟର ବେଳେ କିଛି ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି ।

ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଗୋଳାବାରୁଦ ଜବତ କରାଯାଇଥିବା ବେଳେ ସେନା ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.