Latest Odisha News

BREAKING NEWS

ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଟି-୨୦ ମୁକାବିଲା

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୪ର୍ଥ ଟି-୨୦ ମ୍ୟାଚ ଶୁକ୍ରବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୪ର୍ଥ ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ଦଳ ସିରିଜରେ ଖାତା ଖୋଲିବାକୁ ପ୍ରୟାସ କରିବ ।

ଏହି ମ୍ୟାଚ୍ ୱେଲିଂଟନ୍ ରିଜିଓନାଲ୍ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ ଅନୁଷ୍ଠିତ ହେବାକୁ ଯାଉଛି ।

୩-୦ରେ ଆଗୁଆ ଥିବା ବିରାଟ୍ ବିଗ୍ରେଡ୍ ଆଜି ମଧ୍ୟ ଦୃଢ ମନୋବଳରେ ମଇଦାନକୁ ଓହ୍ଲାଇବାକୁ ଥିବା ବେଳେ ବିପକ୍ଷ ଦଳ ମ୍ୟାଚକୁ ଜିତିବା ଲାଗି ଭାରତକୁ କଡା ଟକ୍କର ଦେବାକୁ ମଧ୍ୟ ଚେଷ୍ଟା କରିବ । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବେଶ ରୋମାଞ୍ଚକର ହେବା ନେଇ ଆଶା କରାଯାଉଛି ।

ଟିମ୍ ଇଣ୍ଡିଆ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ୍, ଶ୍ରେୟସ ଅୟର୍‌, ଋଷଭ ପନ୍ଥ, ମନିଷ ପାଣ୍ଡେ, ୱାସିଂଟନ୍ ସୁନ୍ଦର, ନବଦୀପ ସୋନି, ମହମ୍ମଦ ସାମୀ, ଯୁଜବେନ୍ଦ୍ର ଚହଲ ଓ ସଞ୍ଜୁ ସାମସନ ।

Leave A Reply

Your email address will not be published.