Latest Odisha News

BREAKING NEWS

ଜାମ୍ମୁ-କାଶ୍ମୀର: ଏନକାଉଣ୍ଟରରେ ୩ ଆତଙ୍କବାଦୀ ମୃତ, ଯବାନ ସହିଦ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାରେ ଗୁରୁବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଯବାନ ସହିଦ ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଦଲିପୋରା ଅଞ୍ଚଳରେ କେତେକ ଆତଙ୍କବାଦୀମାନେ ଛପି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ସୂଚନାକୁ ଆଧାର କରି ସିଆରପିଏଫ୍, ଏସଓଜି ଓ ରାଷ୍ଟ୍ରୀୟ ରାଇଫଲ୍ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା ହେବା ଫଳରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ମାଡରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି ।

ମୃତ ଆତଙ୍କବାଦୀ ମାନେ ଜୈଶ-ଇ-ମହମ୍ମଦ ସଙ୍ଗଠନର ସଦସ୍ୟ ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

ତେବେ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଥିବା ବେଳେ ସେନା ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.