Latest Odisha News

BREAKING NEWS

୪୦ ଡିଗ୍ରୀ ଟପିଲା ରାଜ୍ୟର ୧୧ଟି ସହରର ତାପମାତ୍ରା, ବଢିବ ତାତି

ଭୁବନେଶ୍ୱର : ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଥିବାବେଳ ଆଗାମୀ ୪ରୁ ୫ ଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ଓଡିଶାର ପାଖାପାଖି ୧୧ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ବଲାଙ୍ଗୀରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିବାବେଳେ ସୋନପୁରରେ ତାପମାତ୍ରା ଯଥାକ୍ରମେ ୪୩ ଡିଗ୍ରୀ ସେଲସିୟସ୍ ରହିଥିଲା । ଏହାବ୍ୟତିତ କଟକ, ଭୁବନେଶ୍ୱରରେ ମଧ୍ୟ ପ୍ରବଳ ଗରମ ସହ ଗୁଳଗୁଳି ଅନୁଭୂତ ହୋଇଥିଲା ।

ଆହୁରି ମଧ୍ୟ ସମ୍ବଲପୁର, ହୀରାକୁଦ, ତାଳଚେର, ଅନୁଗୁଳ, ଓ ଭବାନୀପାଟଣାରେ ଆଦି ଜିଲ୍ଲାରେ ତାପମାତ୍ରା ଯଥାକ୍ରମେ ୪୨.୪, ୪୨.୨, ୪୧.୩, ୪୧.୧ ଓ ୪୧.୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା ।

ସେହିପରି ମାଲକାନଗିରି, ଝାରସୁଗୁଡା, ଫୁଲବାଣୀରେ ମଧ୍ୟ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଟପିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.