Latest Odisha News

BREAKING NEWS

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଘୁଞ୍ଚିପାରେ ଫାଶୀ ତାରିଖ

ନୂଆଦିଲ୍ଲୀ: ନିର୍ଭୟା ଦେଷୀଙ୍କ ଘୁଂଚିପାରେ ଫାଶୀ ତାରିଖ । ଆସନ୍ତା ୨୨ରେ ୪ ସଇତାନଙ୍କୁ ଫାଶୀ ମିଳିବା ନେଇ ବଢ଼ିଲା ସନ୍ଦେହ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଗତ କିଛି ଯୁକ୍ତି ପରେ ଅଶଙ୍କାରେ ଫାଶୀଦଣ୍ଡ । ଦିଲ୍ଲୀ ସରକାର କହିଛନ୍ତି, ୨୨ ତାରିଖରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ।

କାରଣ ରାଷ୍ଟ୍ରପତିଙ୍କ ନିକଟରେ ଦୋଷୀ ମୁକେଶର ରାଜକ୍ଷମା ଆବେଦନ ବିଚାରାଧିନ ରହିଛି । ନିୟମ ଅନୁଯାୟୀ ୨୨ ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ସମ୍ଭବ ହେବନି ବୋଲି ଦିଲ୍ଲୀ ସରକାର କହିଛନ୍ତି । ଜେଲ୍ ନିୟମ ଅନୁଯାୟୀ ସକରାରଙ୍କୁ କ୍ଷମା ଆବେଦନ ନିଷ୍ପତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ତା’ପରେ ହିଁ ଡେଥ୍ ୱାରେଂଟର କାର୍ଯ୍ୟକାରୀ କରାଯିବ ।

ସେପଟେ ଡେଥ ୱାରେଂଟ ରଦ୍ଦ କରିବାକୁ ମୁକେଶଙ୍କ ଓକିଲ ହାଇକୋର୍ଟରେ ଯୁକ୍ତି ବାଢ଼ିଛନ୍ତି । ବର୍ତମାନ ରାଷ୍ଟ୍ରପତିଙ୍କ ନିକଟରେ ଦୋଷୀଙ୍କ କ୍ଷମା ଆବେଦନ ଅଛି ଓ ଏହି ନିଷ୍ପତି ଆସିବା ପରେ ଦୋଷୀଙ୍କୁ ଅତିରିକ୍ତ ୧୪ ଦିନ ମିଳିବ ।

ସୂଚନା ମୁତାବକ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ୨ ଦୋଷୀଙ୍କ କ୍ୟୁରେଟିଭ ପିଟିସନ ଖାରଜ କରିଦେଇଥିଲେ । ଏହାପରେ ମୁକେଶ ତୁରନ୍ତ ରାଷ୍ଟ୍ରପତିଙ୍କୁ ରଜକ୍ଷମା ଆବେଦନ କରିଥିଲା । ଏଥିସହ ମୁକେଶ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଆଉ ଏକ ଆବେଦନ କରି ଅତିରିକ୍ତ ସେସନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ହୋଇଥିବା ଡେଥ୍ ୱାରେଂଟକୁ ଚ୍ୟାଲେଂଜ ମଧ୍ୟ କରିଛି ।

ଡିସେମ୍ବର ୧୮ ତାରିଖରେ ବି ତିହାର ଜେଲ୍ କର୍ତୁପକ୍ଷ ଦୋଷୀଙ୍କୁ ଫାଶୀ ପାଇଁ ନୋଟିସ ଜାରି କରିଦେଇଥିଲେ । ଏଥିରେ ଦୋଷୀଙ୍କୁ କୁହାଯାଇଥିଲା, ସେମାନେ ଚାହିଁଲେ ୭ ଦିନ ଭିତରେ କ୍ଷମା ପାଇଁ ଆବେଦନ କରିପାରିବେ ।

Leave A Reply

Your email address will not be published.