Latest Odisha News

ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର ସରଞ୍ଜାମର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ଏମଓୟୁ

ଭୁବନେଶ୍ବର : ସମ୍ପଦ କେନ୍ଦ୍ର ଓ ଜୈବିକ ଖତ କେନ୍ଦ୍ର ସରଞ୍ଜାମର ରକ୍ଷଣାବେକ୍ଷଣା ଓ ମରାମତି ପାଇଁ ହୋଇଛି ଏମଓୟୁ । ସମସ୍ତ ପୌରସଂସ୍ଥା ସହ ୩୩ ଆଇଟିଆଇ ମଧ୍ୟରେ ହୋଇଛି ଚୁକ୍ତିପତ୍ର ସ୍ବାକ୍ଷର । ରାଜ୍ୟର ୧୧୪ ପୌରାଞ୍ଚଳରେ ପ୍ରତିଷ୍ଠା କରାଯାଇଛି ଏହି ସମ୍ପଦ କେନ୍ଦ୍ର ଏବଂ ଜୈବିକ ଖତ କେନ୍ଦ୍ର । ଏଠାରେ ବ୍ୟବହୃତ ହେଉଥିବା ସରଞ୍ଜାମ ଗୁଡିକର ରକ୍ଷଣା ବେକ୍ଷଣ ଓ ମରାମତି ସହିତ ନିରନ୍ତର ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।

5T ସଂସ୍କାରରେ ଏହି କାମ ସରକାର ହାତକୁ ନେଇ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢ଼ି ତୋଳିଛନ୍ତି । ମିଶନ ଶକ୍ତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଏହି ସବୁ କେନ୍ଦ୍ର ଗୁଡିକର ପରିଚାଳନା କରାଯାଉଛି । ଏହି ସବୁ କେନ୍ଦ୍ରର ସୁପରିଚାଳନା ପାଇଁ ବ୍ୟାଟେରି ଚାଳିତ ଗାଡ଼ି ଓ ଅନ୍ୟାନ୍ୟ ଯନ୍ତ୍ରପାତିର ଆବଶ୍ୟକତା ରହିଛି । ତେବେ କମ୍ପାନୀ ଏହି ସବୁ ଯନ୍ତ୍ରପାତି ଓ ଗାଡିର ରକ୍ଷଣାବେକ୍ଷଣା କରିବା ସମ୍ଭବ ହେଉନଥିବାରୁ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏହାଦ୍ବାରା ଆଇଟିଆଇ ଗୁଡିକ ରୋଜଗାର ପାଇପାରିବେ । ସେହିପରି ସହରାଞ୍ଚଳ ମାନଙ୍କରେ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବା ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ‘ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା’କୁ ସାକାର କରାଯାଇ ପାରିବ ।

Leave A Reply

Your email address will not be published.