Latest Odisha News

BREAKING NEWS

୩୩ ତମ ରାଜ୍ୟ ସବ୍-ଜୁନିଅର କ୍ୟାଡେଟ୍ ଏବଂ ଜୁନିଅର କରାଟେ ପ୍ରତିଯୋଗୀତା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉକ୍ରଳ କରାଟେ ସ୍କୁଲରେ ଓଡ଼ିଶା ରାଜ୍ୟ କରାଟେ ସଂଘ ଦ୍ୱାରା ୩୩ତମ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ୧୮ଟି ଜିଲ୍ଲାରୁ ୪୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କୁ ଦୁଇ ଦଳରେ ବିଭକ୍ତ କରାଯାଇଥିଲା । ଗୋଟିଏ ଦଳରେ ସବ୍-ଜୁନିଅର କ୍ୟାଡେଟ୍ ଥିବାବେଳେ ଅନ୍ୟଦଳରେ ଜୁନିଅର କରାଟେ କ୍ୟାଡେଟ୍ମାନେ ଦଳ ରହିଥିଲେ ।

ସମସ୍ତ ପ୍ରତିଯୋଗୀତା କୋଭିଡ଼ ନିୟମକୁ ମାନି ଅନୁଷ୍ଠିତ କରାଯାଇଥିଲା । ରାଜ୍ୟ କରାଟେରୁ ଉତ୍ତିର୍ଣ୍ଣ ହୋଇଥିବା ପ୍ରତିଯୋଗୀମାନେ ଜାତୀୟ ପ୍ରତିଯୋଗୀତାରେ ଭାଗ ନେବେ । ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ କରାଟେ ସଂଘର ସଭାପତି ଡଃ. ହରିପ୍ରସାଦ ପଟ୍ଟନାୟକ, ସମ୍ପାଦକ ଡଃ. ଗୌରୀ ମହାନ୍ତି, ରାଜ୍ୟ କରାଟେ ସଂଘର ଉପସଭାପତି ଶ୍ରୀ ସନତ ନାୟକ ଏବଂ କାଳିପ୍ରସାଦ ନନ୍ଦ ଉପସ୍ଥିତ ଥିଲେ । ବିଭିନ୍ନ ଜିଲ୍ଲାରୁ ଆସିଥିବା ୩୦ରୁ ଉର୍ଦ୍ଧ ଅଫିସିଆଲ ଏହି ପ୍ରତିଯୋଗୀତାକୁ ସଫଳତାର ସହ ପରିଚାଳିତ କରିଥିଲେ ।

Leave A Reply

Your email address will not be published.