ଜୟପୁର: ଦିନକୁ ଦିନ ସଂକ୍ରମଣ ଚିନ୍ତା ବଢ଼ାଉଛି । କରୋନାର ମାରାତ୍ମକ ଦ୍ୱିତୀୟ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ଅନେକ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଦାହ ସଂସ୍କାର ପାଇଁ ଜାଗାର ଅଭାବ ରହିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ଗତ ୨୦ ଦିନ ମଧ୍ୟରେ କରୋନାରେ ୩୪ ଜଣ ପ୍ରଫେସର ପ୍ରାଣ ହରାଇସାରିଲେଣି । କରୋନାରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ପ୍ରାଣ ହରାଇଥିବାବେଳେ ୧୫ ଜଣ କର୍ମଚାରୀ ଏବେ ବି ଚିକିତ୍ସିତ ହେଉଛନ୍ତି ।
ଏହିଭଳି ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି । ତେବେ ଘଟଣାର ତଦନ୍ତ କରିବାକୁ କହିଛନ୍ତି। ଗେହଲୋଟ ଟୁଇଟ୍ କରି କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ଚିନ୍ତାଜନକ ଯେ, ଗତ ୨୦ ଦିନ ମଧ୍ୟରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ୩୪ ଜଣ କାର୍ଯ୍ୟରତ ପ୍ରଫେସର କରୋନାରେ ମୃତ୍ୟୁ ଘଟିଛି। ବର୍ତ୍ତମାନ ପରିସ୍ଥିତିରେ କରୋନା ସହିତ ଜଡିତ ପ୍ରତ୍ୟେକ ଦିଗକୁ ଗମ୍ଭୀରତାର ନେବା ଜରୁରୀ ହୋଇପଡିଛି ।
କରୋନାର ଦ୍ୱିତୀୟ ଲହର ସମଗ୍ର ଦେଶରେ ଆତଙ୍କ ଖେଳାଇଦେଇଛି । ରାଜସ୍ଥାନ ମଧ୍ୟ ବେଶ୍ ପ୍ରଭାବିତ ହୋଇଛି। ଏଠାରେ ମଧ୍ୟ ଅମ୍ଳଜାନ ଏବଂ ଔଷଧର ଅଭାବ ଲାଗିରହିଛି । ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥିବା ବେଳେ ହସ୍ପିଟାଲ୍ ରେ ଅନେକ ସମସ୍ୟା ଦେଖିବାକୁ ମିଳିଛି । ରୋଗୀ ବଢୁଥିବା ବେଳେ ଡାକ୍ତରଖାନାରେ ଶଯ୍ୟା ଅଭାବ ଦେଖାଦେଇଛି । ଯାହାକି ଏବେ ଲୋକଙ୍କ ଚିନ୍ତା ବଢ଼ାଉଛି ।
Comments are closed.