ବ୍ରହ୍ମପୁର:ବିପୁଳ ପରିମାଣର ଚୋରା ମୋବାଇଲ ବ୍ରହ୍ମପୁର ବଡ ବଜାର ଥାନା ପୋଲିସ ଜବତ କରିଛି । ଏହି ମାମଲାରେ ରାଜ୍ୟ ଓ ରାଜ୍ୟ ବାହାରର ୪ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବଜାର ଥାନା ପୋଲିସ । ଶ୍ରୀକ୍ଷେତ୍ର ବିହାରର ଏକ ଘରୁ ପୋଲିସ ଟ୍ରଲି ବ୍ୟାଗରୁ ୩୪୨ଟି ଦାମୀ ମୋବାଇଲ ଜବତ କରିଛି ।
ଏହି ମୋବାଇଲ ଚୋରି ରାକେଟରେ ସଂପୃକ୍ତ ଥିବା ଆନ୍ଧ୍ର ର ଦୁଇ ଯୁବକ ଓ ଗଞ୍ଜାମ ଜିଲ୍ଲା ଧରାକୋଟର ଦୁଇ ଯୁବକଙ୍କୁ ପୋଲିସ କାବୁ କରି ଗିରଫ କରିଛି । ଏମାନେ ହାଇଦ୍ରାବାଦ, ଚେନ୍ନାଇ ସହ ବିଭିନ୍ନ ରାଜ୍ୟରୁ ମୋବାଇଲ ଚୋରି କରୁଥିଲେ । ଏକ ମୋବାଇଲ ଚୋରି ମାମଲାର ତଦନ୍ତ ବେଳେ ପୋଲିସକୁ ସଫଳତା ମିଳିଛି ।
ଏହି ଘଟଣା ରେ ଆହୁରି ଲୁଟେରା ସମ୍ପୃକ୍ତ ଥିବାର ଅନୁମାନ କରି ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପି କହିଛନ୍ତି ।
Comments are closed.