Latest Odisha News

BREAKING NEWS

କାଳବୈଶାଖୀ ବର୍ଷା, କ୍ଷୟକ୍ଷତି ରିପୋର୍ଟ ମାଗିଲେ ଏସ୍ଆରସି

ଭୁବନେଶ୍ୱର: ଗୁରୁବାର ମଧ୍ୟାହ୍ନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଜୋରରେ ପବନ ହୋଇଥିଲା । ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ଯିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । କାଳବୈଶାଖୀରେ ହୋଇଥିବା କ୍ଷୟକ୍ଷତି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଭାବିତ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତିର ରିପୋର୍ଟ ମାଗିଛନ୍ତି ।

ଏଥିସହ ବିଦ୍ୟୁତ୍ ସେବାକୁ ପ୍ରାଥମିକତା ଭିତ୍ତିରେ ପୁନଃ ଚାଲୁ କରିବାକୁ ବିଦ୍ୟୁତ୍ ବିତରଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ଆରସି । ଭାଙ୍ଗି ଯାଇଥିବା ଗଛ ଡାଳ, ଉପୁଡ଼ି ପଡ଼ିଥିବା ଗଛ ଅପସାରଣ ପାଇଁ ସ୍ଥାନୀୟ ଅଗ୍ନିଶମ ବାହିନୀର ସହାୟତା ନେବାକୁ ଏସଆରସି କହିଛନ୍ତି ।

କାଳବୈଶାଖୀ ବର୍ଷା ଓ ବଜ୍ରପାତ ଦ୍ୱାରା କଣ ସବୁ କ୍ଷୟକ୍ଷତି ହୋଇଛି । କେଉଁଠି କେତେ ଘର ଭାଙ୍ଗିଛି ଓ ଅନ୍ୟ କଣ ଅଘଟଣ ଘଟିଛି । ସେନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମାଗିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କାଳବୈଶାଖୀରେ କଟକ, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାରେ ଅନେକ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.