Latest Odisha News

BREAKING NEWS

କଟକ କ୍ୟାନସର ହସ୍ପିଟାଲରୁ ପୁଣି ୩୮ କରୋନା ପଜିଟିଭ୍

କଟକ: ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ପୁଣି ବାହାରିଛନ୍ତି ୩୮ ଜଣ କରୋନା ସଂକ୍ରମିତ । ଏମାନଙ୍କ ଭିତରେ ଜଣେ ହସ୍ପିଟାଲ ସୁରକ୍ଷାକର୍ମୀ ଥିବା ସୂଚନା ମିଳିଛି । ଅନ୍ୟ ୩୭ ଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । ଗତ କିଛି ଦିନ ଭିତରେ କ୍ୟାନସର ହସ୍ପିଟାରୁ ଶହେରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗତ ୨ ତାରିଖରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ ଜଣ ଭୂତାଣୁ ସଂକ୍ରମିତ ବାହାରିଥିଲେ । ତାପୂର୍ବଦିନ ଅର୍ଥାତ ଜୁଲାଇ ୧ ତାରିଖରେ ପାଞ୍ଚ ଜଣ ରୋଗୀ ଓ ଜଣେ ଡାକ୍ତର ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାପୂର୍ବରୁ ଜୁନ୍ ୨୪ ତାରିଖ ପରଠୁ ବିଭିନ୍ନ ପର୍ଯ୍ୟାୟରେ କିଛି ରୋଗୀ, ଆଟେଣ୍ଟାଣ୍ଟ ଓ ହସ୍ପିଟାଲ କର୍ମଚାରୀ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.