Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ଗଞ୍ଜାମ ଗଲେ ୪ ପୋଲିସ ଅଧିକାରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ ହେଉଛି । ଗତ ୪୮ ଘଣ୍ଟା ଭିତରେ ପ୍ରାୟ ୫ ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ମୁକାବିଲା ପାଇଁ ଗଞ୍ଜାମ ଯାଇଛନ୍ତି ଚାରି ଜଣ ପୋଲିସ ଅଧିକାରୀ । ଚାରି ଜଣ ଯୁବ ଡିଏସପିଙ୍କୁ ପଠାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ । ସେମାନେ ଆଜି କାର‌୍ୟ୍ୟରେ ଯୋଗ ଦେଇଛନ୍ତି । ତାସହ ଅଧିକ ଚାରି ପ୍ଲାଟୁନ୍ ପୋଲିସ ଫୋର୍ସ ମଧ୍ୟ ଗଞ୍ଜାମ ଜିଲ୍ଲାରେ ମୁତୟନ କରାଯାଇଛି ।

ଆଜି ଦୁଇ ଜଣ ଆଇଏଏସ୍ ଅଧିକାରୀ ଏବଂ ୬ ଜଣ ଓଏଏସଙ୍କୁ ମଧ୍ୟ ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ଦାୟିତ୍ୱ ଦେଇଥିଲେ ରାଜ୍ୟ ସରକାର । ଆଇଏଏସ୍ ଅଫିସର ପାରୁଲ ପଟ୍ଟଓ୍ୱାରୀଙ୍କୁ ଛତ୍ରପୁର ସବ ଡିଭିଜନର ସ୍ପେଶାଲ୍ ଏମଡିଏମ୍ ଓ ବିଶାଲ ସିଂହଙ୍କୁ ଭଞ୍ଜନଗର ସବ ଡିଭିଜନର ସ୍ପେଶାଲ୍ ଏଡିଏମ୍ ଭାବରେ ଦାୟିତ୍ୱ ଦିଆଯାଇଛି ।

ଗଞ୍ଜାମରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ଦୁଇ ହଜାର ପାର କରିଥିବା ବେଳେ ୨୦ ଜଣଙ୍କର ଜୀବନ ନେଲାଣି କରୋନା । ସ୍ଥାନୀୟ ସଂକ୍ରମଣ ବଢୁଥିବାରୁ ଏବେ ଗଞ୍ଜାମ ଚିନ୍ତା ବଢ଼ାଇଛି ।

Leave A Reply

Your email address will not be published.