Latest Odisha News

BREAKING NEWS

୩୯ କ୍ରୀଡ଼ାବିତଙ୍କୁ ଓଡିଶା ପୋଲିସରେ ଚାକିରି

ଭୁବନେଶ୍ୱର: ଓଡିଶା ପୋଲିସରେ ଯୋଗ ଦେଲେ ୩୯ କ୍ରୀଡାବିତ । ୩୦ ଜଣ ମହିଳା ଓ ୯ ଜଣ ପୁରୁଷ ଅଛନ୍ତି । ବିଭିନ୍ନ କ୍ରୀଡାରେ ଉଲେଖନୀୟ ସଫଳତା ହାସଲ କରିଥିବା କ୍ରୀଡ଼ାବିତଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କ୍ରୀଡାବିତଙ୍କ ସବୁ ସ୍ଵପ୍ନ ପୂରଣ କରିବା ପାଇଁ ସରକାର ଯଥା ସମ୍ଭବ ଉଦ୍ୟମ କରିବେ । ଖୁବଶୀଘ୍ର ଓଡିଶା ସ୍ପୋର୍ଟସ ପାୱାର ହାଉସ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଉଭୟ ରାଜ୍ୟ ଓ ଦେଶକୁ ଗୌରବାନ୍ୱିତ କରିବା ଭଳି ଓଡିଶା ବହୁ କ୍ରୀଡ଼ାବିତ ସୃଷ୍ଟି କରିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୀଡା ଭି ଭୂମିର ବିକାଶ ପାଇଁ ରାଜ୍ୟ ସରକାର ହଜାରେ କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଛି । ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିଅମ ନିର୍ମାଣ କରାଯାଉଛି । ସେଠାରେ ୨୦୧୩ ହକି ବିଶ୍ୱକପ ଖେଳାଯିବ । ତୃଣମୂଳ ସ୍ତରରେ ପ୍ରଶିକ୍ଷଣ ସହ ସ୍କୁଲରେ କ୍ରୀଡା ଶିକ୍ଷା ଉପରେ ଅଧିକ ଫୋକସ କରୁଛନ୍ତି ସରକାର । ପାରା ଆଥେଲେଟଙ୍କୁ ଆର୍ଥିକ ସହାୟତା ଓ ସେମାନଙ୍କୁ ଚାକିରି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.