Latest Odisha News

BREAKING NEWS

ଚଳିତ ବର୍ଷ ୭ ଜଣଙ୍କୁ ମିଳିଲା ୩ୟ ଦଧୀଚି ପ୍ରତିଭା ସମ୍ମାନ

ଭୁବନେଶ୍ୱର: ଅଗ୍ରଣୀ ଓ ନିଆରା ଶିକ୍ଷାନୁଷ୍ଠାନ ଦଧୀଚି ଏଡୁକେସନାଲ୍ ଟ୍ରଷ୍ଟ ପକ୍ଷରୁ ଭର୍ଚୁଆଲ୍ ପ୍ଲାଟଫର୍ମରେ ୩ୟ ଦଧୀଚି ପ୍ରତିଭା ସମ୍ମାନ-୨୦୨୦ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଓଡ଼ିଶାର କୃତୀ ପ୍ରତିଭା ଓ ମାଟ୍ରିକ୍ ଟପ୍ପରଙ୍କୁ ସମ୍ମାନଜନକ ଦଧୀଚି ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଛି ।

ଜୁମ୍ ୱେବନାରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଲଣ୍ଡନର ଇନ୍‌ସାଇଟ୍ ୟୁ.କେ.ପ୍ରାଇଭେଟ୍ ଲିମିଟେଡ୍‌ର ବରିଷ୍ଠ ଆଇଟି ଅଧିକାରୀ ସୁକାନ୍ତ କୁମାର ସାହୁ, ମୁଖ୍ୟବକ୍ତା ଭାବେ ପୂର୍ବତନ ଆୟକର ମହାନିର୍ଦ୍ଦେଶକ ବିଧୂଭୂଷଣ ମହାନ୍ତି, ସମ୍ମାନିତ ଅତିଥିଭାବରେ ପୁରୀ ଗୋବର୍ଦ୍ଧନ ମଠସ୍ଥିତ ଆଦିତ୍ୟବାହିନୀର ରାଷ୍ଟ୍ରୀୟ ସଂପାଦକ ପଣ୍ଡିତ୍ ମାତୃପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଅନୁଷ୍ଠାନର ଅଧ୍ୟକ୍ଷ ଡ଼.ମନୋଜ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ସେ କହିଥିଲେ ଓଡ଼ିଶାର ଅନେକ ପ୍ରତିଭା ଆଜି ବିଶ୍ୱ ଦରବାରରେ ସେମାନଙ୍କର ପରାକାଷ୍ଠା ଦେଖାଇ ସାରିଛନ୍ତି, ସାଂପ୍ରତିକ ପରିସ୍ଥିତିରେ ଆମର ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିବା ଦ୍ୱାରା ସେମାନେ ସମାଜ ପାଇଁ ଓ ରାଷ୍ଟ୍ର ପାଇଁ ଭଲ କାମ କରିବାକୁ ସଂକଳ୍ପ ନେବେ । ଗତ ୩ ବର୍ଷ ଧରି ଦଧୀଚି ଶିକ୍ଷାନୁଷ୍ଠାନ ଯେଉଁ ପ୍ରତିଭା ସମ୍ମାନ କରିଆସୁଛି ତାହା ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଅତିଥିମାନେ ପ୍ରକାଶ କରିଥିଲେ ।

ଚଳିତ ବର୍ଷ ସାହିତ୍ୟରେ ଉତ୍କର୍ଷତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଲେଖିକା ଶ୍ରଦ୍ଧାଞ୍ଜଳି କାନୁନଗୋଙ୍କୁ ଦଧୀଚି ‘ସାହିତ୍ୟ ଜ୍ୟୋତି’ ସମ୍ମାନରେ ସମ୍ମାନିତ କରାଯାଇଛି । ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ଓଟିଭିକୁ ଦଧୀଚି ଆଦର୍ଶ ଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଶିଷ୍ଟ ଶିଳ୍ପପତି ତଥା ହରି-ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକ ସଂଗ୍ରାମ ଦାସକୁ ଦଧୀଚି ଶିଳ୍ପଜ୍ୟୋତି ସମ୍ମାନରେ ସମ୍ମାନୀତ କରାଯାଇଛି ।
କରାଯାଇଥିଲା । ସେହିପରି ଶ୍ରେଷ୍ଠ ସଫଳ ମହିଳା ଭାବେ ସମ୍ବାଦ ଗ୍ରୁପ୍‌ର କାର‌୍ୟ୍ୟକାରୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଯୁବ ଶିଳ୍ପୋଦ୍ୟୋଗୀ ତନୁଜ କୁମାର ମହାନ୍ତିଙ୍କୁ ଦଧୀଚି ଶିଳ୍ପଜ୍ୟୋତି ସମ୍ମାନ, ଅଭିନେତା ଓ ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ଦଧୀଚି ସେବାଜ୍ୟୋତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥି ସହିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ରେମୁଣାର ଜିତେନ ମହାଳିକଙ୍କୁ ଦଧୀଚି ଛାତ୍ରଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା । ସମସ୍ତ ସମ୍ବର୍ଦ୍ଧିତ

ପ୍ରଭିଭାଙ୍କୁ ଦଧୀଚି ପକ୍ଷରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ସ୍ୱତନ୍ତ୍ର ଟ୍ରଫି ପ୍ରଦାନ କରାଯାଇଥିଲା ବେଳେ ଜିତେନ ମହାଳିକଙ୍କୁ ୧୦ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା ।

ଏହି ଭର୍ଚୁଆଲ କାର୍ଯ୍ୟକ୍ରମ ଶେଷରେ ଦଧୀଚି ଶିକ୍ଷାନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ବବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.