Latest Odisha News

BREAKING NEWS

ଆସନ୍ତୁ ଜାଣିବା କେଉଁମାନେ ହୁଅନ୍ତି ଭଲ ପିତା, ପତଳା ନା ମୋଟା ଲୋକ

ପୁରୀ: କୌଣସି ଏକ ସମ୍ପର୍କ ମଜଭୁତ କରିବାରେ ଉତମ ବ୍ୟବହାର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଥିରେ ଶରୀରର ଆକାର କୌଣସି ଭୂମିକା ଗ୍ରହଣ କରି ନ ଥାଏ । ମାତ୍ର ତଥ୍ୟ ଏବେ ଭୁଲ ପ୍ରମାଣିତ ହୋଇଛି । ଏକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ଶରୀରର ଆକାର ଅନୁସାରେ ଜଣେ ଭଲ ପିତା ହେବ କି ନାହିଁ ଜଣାପଡିଥାଏ । ଦି ଟାଇମ୍ସରେ ପ୍ରକାଶିତ ଏହି ରିପୋର୍ଟ ଅନୁସାରେ ପତଳା ବ୍ୟକ୍ତିଙ୍କ ତୁଳନାରେ ମୋଟା ବ୍ୟକ୍ତି ଭଲ ପିତା ହୋଇପାରନ୍ତି । ସେମାନେ ନିଜ ମତ ପିଲାଙ୍କ ଲଦି ଦେବାକୁ ଭଲ ପାଆନ୍ତି ନାହିଁ ।

ୟୁନିଭରସିଟି ଅଫ ସଦର୍ଣ୍ଣ ମିସିସିପିର ଗବେଷକମାନେ ୮୦୦ ବିଭିନ୍ନ ଶାରୀରିକ ଆକାର ବ୍ୟକ୍ତିଙ୍କୁ ନେଇ ଏହି ଗବେଷଣା କରିଥିଲେ । ପତଳା ବ୍ୟକ୍ତି ନିଜ ମତ ଉପରେ ସର୍ବଦା ଗୁରୁତ୍ୱ ଦିଅନ୍ତି ଫଳରେ ପିଲାମାନେ ଭୟ କରନ୍ତି । ଅପରପକ୍ଷରେ ମୋଟା ବ୍ୟକ୍ତିଙ୍କ ସହ ପିଲାମାନଙ୍କ ସମ୍ପର୍କ ଭଲ ରହିଥାଏ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Leave A Reply

Your email address will not be published.