Latest Odisha News

BREAKING NEWS

ନାବାଳିକାକୁ ଭିଣୋଇର ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ଗିରଫ

କଟକ: ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ଆଦିବାସୀ ବହୁଳ ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କର ସଂପର୍କୀୟ ଭିଣୋଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ କାଳନ୍ଦୀ ସିଧୁ(୨୫) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ବୁଧବାର ଦିନ ନାବାଳିକା ଘରେ ଏକୁଟିଆ ଥିବାବେଳେ ତାଙ୍କ ସଂପର୍କୀୟ ଭିଣୋଇ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ। ନାବାଳିକା ଚିତ୍କାର କରିବାରୁ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ।  ଭୟରେ ଅଭିଯୁକ୍ତ ଜଣଙ୍କ ସେଠାରୁ ଚମ୍ପଟ ମାରିଥିଲା । ଏନେଇ ନାବାଳିକାଙ୍କ ଭାଇ ଗୁରୁଡ଼ିଝାଟିଆ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏନେଇ ୧୦୭/୨୦ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିବା ଆଇଆଇସି ବିଜୟ କୁମାର ବିଶି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.