ଓଡ଼ିଶା ସମ୍ବାଦ ବ୍ୟୁରୋ: ୩ୟ ତଥା ଶେଷ ଦିନିକିଆରେ ଭାରତ 5 ୱିକେଟ୍ରେ ବିଜୟୀ ହୋଇଛି । ଭାରତ 260 ରନ୍ର ବିଜୟ ଲକ୍ଷ୍ୟକୁ ସହଜରେ ଜିତିନେଇଛି । 42.1 ଓଭରରେ 5 ଉଇକେଟ ହରାଇ ଭାରତ 261 ରନ କରି ମ୍ୟାଚ ଜିତିଛି । ଋଷଭ ପନ୍ତ ଦମଦାର ବ୍ୟାଟିଂ କରି ଶତକ ହାସଲ କରିବା ସହ 113 ବଲ ଖେଳି ଅପରାଜିତ 125 ରନ୍ କରିଛନ୍ତି । ଏହି ଦିନିକିଆ ଶୃଙ୍ଖଳାକୁ ଭାରତ2-1ରେ ବିଜୟଲାଭ କରିଛି । ପ୍ରଥମରୁ ଉଇକେଟ ଯାଇଥିଲେ ମଧ୍ୟ ପନ୍ତ ଏବଂ ପାଣ୍ଡ୍ୟାଙ୍କ ଯୋଡି ଭାରତକୁ ବିଜୟ ଦେଇଛନ୍ତି ।
.@RishabhPant17 played a fantastic match-winning knock and was our top performer from the second innings of the third #ENGvIND ODI. ? ? #TeamIndia
A summary of his knock ? pic.twitter.com/8YqskQkWH7
— BCCI (@BCCI) July 17, 2022
ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ 71 ରନ୍ , କ୍ୟାପ୍ଟେନ ରୋହିତ ଶର୍ମା 17 ରନ୍ କୋହଲି 17 ରନ୍ , ସୂର୍ଯ୍ୟକୁମାର ଯାଦବ 16 ରନ୍ ଓ ରବୀନ୍ଦ୍ର ଜାଦେଜା ଅପରାଜିତ 7 ରନ୍ ସଂଗ୍ରହ କରିଥିଲେ।
A well-deserved century from @RishabhPant17 to take #TeamIndia over the line as he bags the Player of the Match award in the series decider. ??
We finish the ODI series
-
?
Scorecard ? https://t.co/radUqNsmcz pic.twitter.com/gPQ3povnrz
— BCCI (@BCCI) July 17, 2022
ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 45.5 ଓଭରରେ 259 ରନ କରିଥିଲା । ଇଂଲଣ୍ଡର ସ୍କୋର 12 ରନ୍ରେ 2 ଟି ୱିକେଟ୍ ନେଇଥିଲେ। ଜୋସ୍ ବଟଲର60 ରନ୍ କରିଥିଲେ। ମୋଇନ ଅଲି 34 ରନ୍ , ଲିଆମ ଲିଭିଂ ଷ୍ଟୋନ୍ 27 ରନ୍, ଡେଭିଡ ୱିଲି 18 ରନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ଋଷଭ ପନ୍ତ । ପ୍ଲେୟାର ଅଫ ଦ ସିରିଜ ହୋଇଥିଲେ ହାର୍ଦିକ ପାଣ୍ଡ୍ୟା । ମ୍ୟାଚ ବିଜୟ ପରେ ବହୁତ ଖୁସି ଅନୁଭବ କରୁଥିବା କହିଥିଲେ ରୋହିତ ଶର୍ମା । କହିଥିଲେ ଇଂଲଣ୍ଡ ଆସି ଖେଳିବା ଏବଂ ଜିତିବା ବଡ଼ କଥା । ଏହା ଏକ ଭଲ ପିଚ୍ ଥିଲା । ଆଜି ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିବାରୁ ସେ ହାର୍ଦ୍ଦିକ ଏବଂ ପନ୍ତଙ୍କୁ ପ୍ରଶଂସା କରିଥିଲେ । ସେମାନେ ଭଲ ସଟ୍ ଖେଳିଥିଲେ ବୋଲି କହିଥିଲେ ରୋହିତ ।
Comments are closed.