Latest Odisha News

ଭୋଟ ଦେଉଛି ଓଡିଶା, ଫୋକସରେ ଚାରି ଲୋକସଭା ଆସନ

ଭୁବନେଶ୍ଵର: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ । ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ପାଇଁ ୬୪ ପ୍ରାର୍ଥୀ ଥିବାବେଳେ ୪୨ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୩୮୩ ପ୍ରାର୍ଥୀ । ଏହି ପର୍ଯ୍ୟାୟ ମତଦାନରେ ଫୋକସରେ ଅଛି କଟକ, ପୁରୀ, ଭୁବନେଶ୍ଵର ଓ ସମ୍ବଲପୁର ଆସନ । ହେବ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ।

ଭୋଟ୍ ଦେବା ଲାଗି ସକାଳୁ ସକାଳୁ ବୁଥମାନଙ୍କରେ ଲାଗିଛି ଭୋଟରମାନଙ୍କ ଭିଡ଼ । ୬୪ ଲୋକସଭା ପ୍ରାର୍ଥୀମାନଙ୍କ ମଧ୍ୟରୁ ପୁରଷ ପ୍ରାର୍ଥୀ ୫୫ ଜଣ ଥିବା ବେଳେ ମହିଳା ପ୍ରାର୍ଥୀ ଅଛନ୍ତି ୯ ଜଣ । ସେହିପରି ୪୨ ବିଧାନସଭା ଆସନର ୩୮୩ ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ପ୍ରାର୍ଥୀ ଥିବା ବେଳେ ୪୪ ଜଣ ଅଛନ୍ତି ମହିଳା ପ୍ରାର୍ଥୀ । ଏହି ପର୍ଯ୍ୟାୟରେ ୯୪.୪୮ ଲକ୍ଷ ଭୋଟର ରହିଛନ୍ତି । ସେଥି ମଧ୍ୟରୁ ପୁରୁଷ ୪୮.୩୦ ଲକ୍ଷ, ମହିଳା ଭୋଟର ୪୬.୧୮ଲକ୍ଷ ରହିଛନ୍ତି । ୨୧ ପ୍ରତିଶତ ଯୁବ ଭୋଟର ଅଛନ୍ତି । ପୋଷ୍ଟାଲ ବାଲାଟରେ ୩୦ ହଜାରୁ ଅଧିକ ଭୋଟ୍ ଗ୍ରହଣ କରାଯାଇଛି ।

ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ବୁଥରେ ଭୋଟ୍ ଗ୍ରହଣ କରାଯିବ । ୨ ହଜାର ମଡେଲ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି । ୨୦ ପ୍ରତିଶତ ସମ୍ବେଦନଶୀଳ ପୋଲିଂ ଷ୍ଟେସନ ଚିହ୍ନଟ ହୋଇଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୦ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ତୃତୀୟ ପର୍ଯ୍ୟାୟରେ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ (CAPF) ମୁତୟନ ରହିବେ ।

Leave A Reply

Your email address will not be published.