Latest Odisha News

BREAKING NEWS

୩ ବର୍ଷିଆ ଏଲଏଲବି ପାଠ୍ୟକ୍ରମ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

୧୮ ଜୁଲାଇରୁ ୩୦ ଜୁଲାଇ ପର୍ଯ୍ୟନ୍ତ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୩ ବର୍ଷିଆ ଏଲଏଲବି (ଆଇନ) ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲକୁ ଯାଇ ଏହି ପାଠ୍ୟକ୍ରମ ନିମନ୍ତେ ନିଜର କମନ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ।

୧୮ ଜୁଲାଇ ଅପରାହ୍ନ ୪ ଟାରୁ ୩୦ ଜୁଲାଇ ରାତ୍ର ୧୧.୪୫ ଘଟିକା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କମନ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ। ଅଗଷ୍ଟ ୬ ତାରିଖ ଅପରାହ୍ନ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶିତ ହେବ।

ପ୍ରଥମ ମେଧା ତାଲିକାରେ ଚୟନୀତ ହୋଇଥିବା ଛାତ୍ରଛାତ୍ରୀମାନେ ୬ ଅଗଷ୍ଟ ଅପରାହ୍ନ ୪ ଟାରୁ ୧୧ ଅଗଷ୍ଟ ଅପରାହ୍ନ ୨ଟାରୁ ଘଟିକା ପର୍ଯ୍ୟନ୍ତ ନିଜର ସିଟ୍ ପାଇଁ ସ୍ଲାଇଡ଼/ଫ୍ରିଜ ବିକଳ୍ପ ବାଛି ପାରିବେ। ଅଗଷ୍ଟ ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଆଡ଼ମିଶନ ପ୍ରକ୍ରିୟା ଅନୁଷ୍ଠିତ ହେବ।

୧୭ ଅଗଷ୍ଟ ଅପରାହ୍ନ ୨ଟାରୁ ଦ୍ଵିତୀୟ ମେଧା ତାଲିକା ପ୍ରକାଶିତ ହେବ। ଏଥିସହ ତିନି ବର୍ଷିଆ ଏଲଏଲବି (ଆଇନ) ପାଠ୍ୟକ୍ରମର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଗଷ୍ଟ ୨୧ ତାରିଖରୁ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ତିନି ବର୍ଷିଆ ଏଲଏଲବି ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୪ଟି ଶିକ୍ଷାନୁଷ୍ଠାନରେ ସର୍ବମୋଟ ୩୯୦ଟି ସିଟ୍ ରହିଛି।

Leave A Reply

Your email address will not be published.