Latest Odisha News

BREAKING NEWS

ଏହି ଔଷଧ ବ୍ୟବହାର କରି ୪ ଦେଶ ହେଲେ କରୋନା ମୁକ୍ତ !

ଭୁବନେଶ୍ୱର: କରୋନା ଜ୍ୱାଳାରେ ଜଳୁଛି ସାରା ବିଶ୍ୱ । ପ୍ରତିଦିନ ଯାଉଛି ହଜାର ହଜାର ଜୀବନ । ଆକ୍ରାନ୍ତ ହେଉଛନ୍ତି ଲକ୍ଷ ଲକ୍ଷ ଲୋକ । ଅନେକ ଲୋକ ଆକ୍ରାନ୍ତ ହୋଇ ଏବେ ଚିକିତ୍ସିତ ମଧ୍ୟ ହେଉଛନ୍ତି ।

ତେବେ ଏହାର ଔଷଧ ବାହାରି ସାରିଥିବା ଦାବି ହେଉଥିବା ବେଳେ ବର୍ତ୍ତମାନ ଏହା ମାସପ୍ରଡ଼କ୍ସନ ପାଇଁ ପ୍ରସ୍ତୁତ ହୋଇନାହିଁ । ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ୱର ଏମିତି କିଛି ଦେଶ ଅଛି, ଯେଉଁଠାରେ ଭିଟାମିନ୍ ବ୍ୟବହାର ଦ୍ୱାରା ଏହି କରୋନା ସଂକ୍ରମଣକୁ ହରାଇବାରେ ସଫଳ ହୋଇଛି । ଏଠାକାର ସ୍ୱାସ୍ଥ୍ୟ କର୍ମୀଙ୍କ ଅନୁଯାୟୀ, ଏହି ଭିଟାମିନ ବ୍ୟବହାର ଦ୍ୱାରା କରୋନା ମହାମାରୀ ଧିରେ ଧିରେ ଲୋପ ପାଇବାକୁ ଲାଗିଲା ।

ଏହି ୪ ଦେଶ ହେଉଛି ନରୱେ, ଡେନମାର୍କ, ଫିନଲ୍ୟାଣ୍ଡ ଓ ସ୍ୱିଡେନ । ଏହି ୪ ଦେଶରେ କରୋନା ପାଇଁ ରାମବାଣ ରୂପରେ କାମ କରୁଛି ଭିଟାମିନ ଡି । ଏହି ଭିଟାମିନ ଯୋଗୁଁ ସଂକ୍ରମଣରେ ବିସ୍ତାର ଲାଗିବା ସହ ଲୋକଙ୍କ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇଥିବା ସୂଚନା ମିଳିଛି । ଏହା ସହ ଏହି ଦେଶମାନଙ୍କରେ କରୋନା ମୃତ୍ୟୁ ସଂଖ୍ୟା ବି ଅଧିକ ନୁହେଁ, କାରଣ ସେଠାକାର ଲୋକଙ୍କ ଶରୀରରେ ଭରପୂର ମାତ୍ରାରେ ଭିଟାମିନ୍ ଡି ରହିଛି ।
ବୈଜ୍ଞାନିକଙ୍କ ଦାବି ଅନୁଯାୟୀ ଆମେରିକା, ଭାରତ ଓ ଚୀନ ଲୋକଙ୍କ ମଧ୍ୟରେ ଭିଟାମିନ୍ ଡିର ବହୁତ ଅଭାବ ରହିଛି । ସେଥିପାଇଁ ଏହି କରୋନା ଭାଇରସ ଏତେ ମାତ୍ରାରେ ବିସ୍ତାର1 ଘଟୁଛି ।

Leave A Reply

Your email address will not be published.