Latest Odisha News

BREAKING NEWS

ବେସବଲ୍ ଷ୍ଟିକରେ କୁକୁରକୁ ପିଟି ପିଟି ମାରିବା ଘଟଣାରେ ୪ ଛାତ୍ର ଗିରଫ

ନୂଆଦିଲ୍ଲୀ: ନିଷ୍ଠୁରତାର ସୀମା ପାର୍ କରିଦେଲେ  । ଏକ ଗର୍ଭବତୀ କୁକୁରକୁ ପିଟି ପିଟି ହତ୍ୟା କରିଦେଲେ କିଛି ଛାତ୍ର । ଦିଲ୍ଲୀର ଓଖଲାସ୍ଥିତ ଡନ୍ ବୋସ୍କୋ ଟେକ୍ନିକାଲ ଇନଷ୍ଟିଚ୍ୟୁଟର କିଛି ଛାତ୍ରମାନେ ଏକ ଗର୍ଭବତୀ କୁକୁରକୁ  ବାଡେଇ ବାଡେଇ ମାରିଦେଇଥିବା ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ନ୍ୟୁ ଫ୍ରେଣ୍ଡସ୍ କଲୋନୀର ଏହି ଘଟଣା । ଭିଡିଓ ଭାଇରାଲ ହେବା ପରେ ପୋଲିସ ୪ଜଣ ଛାତ୍ରଙ୍କୁ ଗିରଫ କରିଛି ।

ଏପରିକି ଛାତ୍ରମାନେ ହାତରେ ବେସ୍ ବଲ୍ ବ୍ୟାଟ୍, ଠେଙ୍ଗା ଓ ଲୁହା ରଡ୍ ଧରିଥିବା ଦେଖିବାକୁ ମିଳିଛି । କୁକୁରଟି ଟିଣ ଛାଉଣି ଏକ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିଲା । ଛାତ୍ରମାନେ କୁକୁରଟିକୁ ଭୟଭୀତ କରାଇ ସେଠାରୁ ବାହାର କରିଥିଲେ । ପରେ ପିଟା ମରା କରିବାରୁ କୁକୁରଟିର ମୃତ୍ୟୁ ହୋଇଛି । ୧୨ରୁ ଉର୍ଦ୍ଧ୍ୱ ଛାତ୍ର ଚାରିକଡୁ ଘେରି ଏହି ଦୃଶ୍ୟର ମଜା ନେଇ ଠୋ ଠୋ ହସୁଥିଲେ । କୁକୁର ଭୁକୁଥିବାରୁ ତାକୁ ମାରିଦେଲୁ ବୋଲି ପୋଲିସ ଆଗରେ ଗିରଫ ଛାତ୍ରମାନେ କହିଛନ୍ତି ।

Leave A Reply

Your email address will not be published.