Latest Odisha News

BREAKING NEWS

ଶେଷରେ ସତ ମାନିଲା ଅଫତାବ, କହିଲା-ରାଗରେ ଶ୍ରଦ୍ଧାଙ୍କୁ ମାରିଦେଲି

ନୂଆଦିଲ୍ଲୀ: ଶେଷରେ ନିଜ ଅପରାଧ ସ୍ୱୀକାର କରିଛି ଜହ୍ଲାଦ ପ୍ରେମିକ ଅଫତାବ । ଶ୍ରଦ୍ଧାଙ୍କୁ ନିଜେ ମାରିଥିବା କୋଟରେ ମାନିଛି । କ୍ଷଣିକ କୋପରୁ ହତ୍ୟାକାଣ୍ଡ ଭିଆାଇଛି ବୋଲି କହିଛି ଅଫତାବ । ହେଲେ ଏହା ଅଫତାବର ସ୍ୱୀକାରୋକ୍ତି ନା ପୋଲସ ତଦନ୍ତକୁ ବାଟବଣା କରିବାର ଚେଷ୍ଟା  ଏ ନେଇ ଉଠିଛି ପ୍ରଶ୍ନ ।

BjdElectrycity

ଶ୍ରଦ୍ଧା ମର୍ଡର କେସରେ ଅଭିଯୁକ୍ତ ଅଫତାବ ପୁନୱାଲା ଆଜି ଦିଲ୍ଲୀ କୋର୍ଟରେ ନିଜ ଭୁଲକୁ ସ୍ୱୀକାର କରିଛି । ଗୋଟିଏ ମୁହୂର୍ତ୍ତର ରାଗକୁ ନିୟନ୍ତ୍ରଣ କରି ନ ପାରି ହତ୍ୟା କରିଥିଲି ବୋଲି କୋର୍ଟଙ୍କ ସମ୍ମୁଖରେ ମାନିଛି ।  ତେବେ ଅଫତାବର ବୟାନରେ ତାଳମେଳ ରହୁନି । କାରଣ ଅଫତାବ ପୂର୍ବରୁ କହିଥିଲା, ଶ୍ରଦ୍ଧାଙ୍କୁ ମାରିବା ପାଇଁ ସପ୍ତାହକ ଆଗରୁ ଯୋଜନା କରିଥିଲା । ହେଲେ ଏବେ କହୁଛି କ୍ଷଣିକ ରାଗରୁ ହତ୍ୟା କରିଥିଲି । ସେ ପୋଲିସକୁ ସହଯୋଗ କରୁଥିବା ବି କହିଛି ।

ଜଜଙ୍କ ସାମ୍ନାରେ ଅଫତାବ ଅଭିଯୋଗ କରିଥିଲା ଯେ, ମୋ ବିରୋଧରେ ଯେଉଁସବୁ ଅଭିଯୋଗ ଆସିଛି ସେ ସବୁ ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଯାହା ବି ମୁଁ କରିଛି ରାଗରେ କରି ଦେଇଛି । ତେବେ ଇତି ମଧ୍ୟରେ ଅନେକ ଦିନ ବିତି ଯାଇଥିବାରୁ  ଘଟଣା ସମ୍ପର୍କରେ ବିଶେଷ କିଛି ମନେ ନାହିଁ ବୋଲି କହିଥିଲା ।

ତେବେ ଅଫତାବ ଯେ ପୋଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଥିବା ଏଥିରୁ ସ୍ପଷ୍ଟ ହୋଇଛି । ତେଣୁ ପୋଲିସ ଅଫତାବର ରିମାଣ୍ଡ ଅବଧି ଆଉ ୪ ଦିନ ବଢାଇ ଦେଇଛି । ଅଫତାବକୁ ଭିଡିଓ କନଫରେନ୍ସି ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା । ପୋଲିସ ଅଫତାବର ପଲିଗ୍ରାଫି ଟେଷ୍ଟ ବି କରାଇ ପାରେ । ସୋମବାର ଅଫତାବର ନାର୍କୋ ଟେଷ୍ଟ ହେବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ହୋଇ ପାରି ନ ଥିଲା । ନାର୍କୋ ଟେଷ୍ଟ ପୂର୍ବରୁ ପଲିଗ୍ରାଫି ଟେଷ୍ଟ କରାଯିବ ।

ଏଠି କହିରଖିବୁ, ଅଫତାବ ପୋଲିସକୁ ଚକମା ଦେଇ ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଛି । ଏ ଯାଏ ଶ୍ରଦ୍ଧାର ମୁଣ୍ଡ ଅଂଶ ପୋଲିସକୁ ମିଳିନାହିଁ । କିଛି ହାଡ ଏବଂ ମାଂସ ବ୍ୟତୀତ ପୋଲିସ ହାତରେ କିଛି ବି ଲାଗିନି । ଏପରିକି ଜବତ ସାମଗ୍ରୀ ମଧ୍ୟରେ ଶ୍ରଦ୍ଧାର ପୋଷାକ ବି ନାହିଁ ।

Leave A Reply

Your email address will not be published.