Latest Odisha News

BREAKING NEWS

ଦର୍ଶକଙ୍କ ମନ ମୋହୁଛି ଛତିଆ ବାଲିଯାତ୍ରାରେ ଅଘୋରି ନୃତ୍ୟ

ଚଣ୍ଡିଖୋଲ : ସୋଲାର ଛତିଆ ଅଞ୍ଚଳରେ ଜମୁଛି ବାଲିଯାତ୍ରା । ୨ ବର୍ଷର କରୋନା କଟକଣା ପରେ ଏଥର ଝଲସୁଛି ଏହି ବାଲିଯାତ୍ରା । ରଙ୍ଗାରଙ୍ଗ ଆଲୋକ ସାଙ୍ଗକୁ ଗୀତ ନାଚରେ ଝୁମୁଛନ୍ତି ଦର୍ଶକ  । ବିଶେଷ କରି ଏହି ଯାତ୍ରାରେ ଲୋକଙ୍କ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଅଘୋରୀ ନୃତ୍ୟ । ଏହି ଯାତ୍ରାରେ ୮ଟି ମେଢ଼ ବିଭିନ୍ନ କାର୍ଯ୍ୟକ୍ରମ କରି ଲୋକଙ୍କୁ ଆକୃଷ୍ଟ କରିଛନ୍ତି ।

ଏହି ମେଢ଼ ଗୁଡ଼ିକ ହେଲେ  ଥାନ ପତି ମେଢ଼,ଇନ୍ଦ୍ର ବଜାର ମେଢ଼, ମହାଦେବ ଉପର ବଜାର  ଓ ଦେବି ସାହି ମେଢ଼, ନାନା ଟୁଙ୍ଗି,ଚାନ୍ଦିଆ ସାହି,ଗୌରୀ ଶଙ୍କର ମେଢ଼ , ଏକ ଡ଼ାଲିଆ, ଗୁଡ଼ିଆ ସାହି ମେଢ଼  ଆଠଟି ମେଢ଼ ମିଳିତ ଭାବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରିଛନ୍ତି । ଯାହା ଲୋକଙ୍କ ମନ ଜିତି ପାରିଛି  ।

ଏଥିସହ ବାଲିଯାତ୍ରାରେ ଭଳିକି ଭଳିକି ଦୋଳି , ସର୍କସ ସାଙ୍ଗକୁ ସୁସ୍ବାଦୁ ଖାଦ୍ୟର ମଜା ଉଠାଉଛନ୍ତି ଦର୍ଶକ । ସୋଲାର ପଞ୍ଚାୟତ କୋଚିଳା ଖାଇ ଦେବୀ ପୂଜା କମିଟି ପକ୍ଷରୁ ମଧ୍ୟ ଏହି ବାଲିଯାତ୍ରା ମହା ଆଡମ୍ବରରେ ପାଳନ କରାଯାଇଥିଲା । ସବୁଠୁ ବଡ଼ କଥା ହେଉଛି ସୁଦୂର ହରିୟାଣା ରାଜ୍ୟରୁ ଆସିଥିବା ଶିବ ତାଣ୍ଡବ ଆଘୋରୀ ନୃତ୍ୟକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

 

 

Leave A Reply

Your email address will not be published.