Latest Odisha News

BREAKING NEWS

ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର, ବିନା ବାଧାରେ ଏକାକାର ହେଉଛନ୍ତି ମହାପ୍ରଭୁ ଓ ଭକ୍ତ

ପୁରୀ: ଦୀର୍ଘଦିନର ଅପେକ୍ଷାର ଘଟିଲା ଅନ୍ତ । ଖୋଲିଲା ମହାପ୍ରଭୁଙ୍କ ଚାରି ଦ୍ବାର । ସକାଳ ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରରପୂର୍ବ ଦ୍ବାର(ସିଂହଦ୍ବାର),ଦକ୍ଷିଣ ଦ୍ବାର( ଅଶ୍ବଦ୍ବାର), ପଶ୍ଚିମ ଦ୍ବାର(ବ୍ୟାଘ୍ରଦ୍ବାର) ଏବଂ ଉତ୍ତର ଦ୍ବାର(ହସ୍ତିଦ୍ବାର) ଖୋଲିଛି । କାଲି ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା ପରେ ଚାହାକୁ ଚାହଇଁ ରହିଥିଲେ ଅଗଣିତ ଭକ୍ତ ତାହା ଆଜି ବାସ୍ତବତାରେ ପୂରଣ ହୋଇଛି । ଭକ୍ତଙ୍କ ପାଇଁ ଖୋଲିଯାଇଛି ଶ୍ରୀମନ୍ଦିର ୪ ଦ୍ୱାର । ନୂତନ ମନ୍ତ୍ରିପରିଷଦର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଖୋଲିଛି ୪ ଦ୍ବାରା । ଏହା ପରେ ବିନା ବାଧାରେ କାଳିଆ ପାଖକୁ ଛୁଟିଛି ଭକ୍ତଙ୍କ ସୁଅ ।

ତେବେ ସିଂହଦ୍ବାରକୁ ଛାଡିଦେଲେ କରୋନା ମହାମାରୀ ପରଠୁ ବନ୍ଦ ହୋଇରହିଥିବା ଆଉ ୩ ଟି ଦ୍ବାର  ଖୋଲିବାକୁ ଗତକାଲି ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ହୋଇଥିଲା। ଯାହାକୁ ନିର୍ବାଚନ ପ୍ରଚାର ବେଳେ ଦାବି କରିଥିଲା ବିଜେପି  । ଆଉ ଆଜି ଦାୟିତ୍ବ ଗ୍ରହଣ କରିବାର ମାତ୍ର କେଇଟା ଘଣ୍ଟା ପରେ  ଖୋଲିଛି ଶ୍ରୀମନ୍ଦିର ୪ ଦ୍ବାର । ମଙ୍ଗଳ ଆଳତୀ ପରେ ପରେ ଭକ୍ତଙ୍କ ପାଇଁ ୪ ଦ୍ବାରକୁ ଖୋଲି ଦିଆଯାଇଛି ।

ସୁଚନାଯୋଗ୍ୟ, କୋଭିଡ୍ ମହାମାରୀ ପୂର୍ବରୁ ସ୍ବାଭାବିକ ଭାବେ ଭକ୍ତଙ୍କ ପାଇଁ ଖୋଲା ଥିଲା ଶ୍ରୀମନ୍ଦିର ୪ ଦ୍ବାର । ୨୦୧୯ରେ କୋଭିଡ୍ ଆସିବା ବେଳେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ୪ ଦ୍ବାର ବନ୍ଦ କରିଦେଇଥିଲେ ତତ୍କାଳୀନ ନବୀନ ସରକାର । ପରେ ୨୦୨୧ ନଭେମ୍ବର ୨୪ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ ହେବା ପରେ ସିଂହଦ୍ବାର ଛାଡିଦେଇ ଆଉ ୩ ଟି ଦ୍ବାରକୁ ବନ୍ଦ କରିଦେଇଥିଲେ ରାଜ୍ୟ ସରକାର । ୨୦୨୨ ଫେବୃଆରୀ ୩ ପରଠୁ କେବଳ ସିଂହଦ୍ବାର ବାଟ ଦେଇ ଯାଉଥିଲେ ଭକ୍ତ । କେବଳ ସିଂହଦ୍ବାର ଦେଇ ହଜାର ହଜାର ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଶ୍ରଦ୍ଧାଳୁ। ସବୁଠୁ ବେଶୀ ପୁରୀ ବାସୀ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ । ଯାହାକୁ ନେଇ ଶ୍ରୀମନ୍ଦିର ୪ ଦ୍ବାର ଖୋଲାଯିବା ଦାବିରେ ଆନ୍ଦୋଳନ ଓ ବିକ୍ଷୋଭ ଆରମ୍ଭ ହୋଇଥିଲା । ଏହା ପରେ ୨୦୨୩ ଜୁଲାଇ ୨୪ ପରଠୁ କେବଳ ସେବାୟତ ଓ ପୁରୀ ବାସିନ୍ଦାଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲାହେଲା । ସେମାନେ ନିଜର ଆଧାର କାର୍ଡ ଦେଖାଇ ପଶ୍ଚିମ ଦ୍ବାର ବାଟେ ପ୍ରବେଶ କରିପାରିବେ ବୋଲି ନିୟମ କରାଗଲା । ଏହା ସହିତ ସିଂହଦ୍ବାର ପଟେ ବ୍ୟାରିକେଡ୍ ବ୍ୟବସ୍ଥା କରାଗଲା । ଯେଉଁଥିରେ ଭକ୍ତ ଅନେକ ଯନ୍ତ୍ରଣା ଭୋଗିଲେ । ପରେ ୨୦୨୪ ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେଲା । ହେଲେ ତଥାପି ଖୋଲିଲାନି ସବୁ ଦ୍ବାର ଖୋଲାଗଲା ନାହିଁ । ଏହାପରେ ଶ୍ରୀମନ୍ଦିର ସେବାୟତ ଓ ପରିଚାଳନା କମିଟି ସଭ୍ୟ ବି ୪ ଦ୍ବାର ଖୋଲିବାକୁ ଦାବି କଲେ । କିନ୍ତୁ ଏହା ଉପରେ ଧ୍ୟାନ ଦେଇନଥିଲେ ରାଜ୍ୟ ସରକାର । ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଖରୁ ସିଂହଦ୍ବାର ଯାଏଁ ତିଆରି ହେଲା ଦୀର୍ଘ ଏସି କରିଡର । ଯାହା ସିଂହଦ୍ବାର ବାଟେ ଯାଇ କାଳିଆକୁ ଦର୍ଶନ କରିବା ଯେମିତି ସ୍ବପ୍ନ କରିଦେଇଥିଲା । ଘଣ୍ଟା ଘଣ୍ଟା ଅପେକ୍ଷାରେ ଭକ୍ତ ଯେପରି ତ୍ରାହି ତ୍ରାହି ଠାକୁଥିଲେ । ଆଉ ଆଜି ସବୁ କିଛି ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟରେ ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ଶ୍ରୀମନ୍ଦିରର ୪ ଦ୍ବାରା ଖୋଲା ଯିବା ନେଇ ପ୍ରସ୍ତାବ ପରତ ହେବା ପରେ ଆଜିର ଏ ଐତିହାସିକ ମୁହୂର୍ତ୍ତ ।

Comments are closed.