Latest Odisha News

ବିପନ୍ନଙ୍କୁ କଟୁ କଥା କହି ୪ ସରକାରୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ବର: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା କାରଣରୁ ୪ ଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ପିଇଓ ଓ ଜଣେ ଆରଆଇ ।

ଖବର ମୁତାବକ, ବାତ୍ୟା ଦାନାର ମୁକାବିଲା ସମୟରେ ୪ ଅଧିକାରୀ ନିଜ ଦାୟିତ୍ୱରେ ଖିଲାପ କରିବା ସହ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସେମାନଙ୍କୁ ନିଲମ୍ବନ କରିଛନ୍ତି ।

ଘଟଣାରେ ରାଜସ୍ୱ ଓ ବିପର୍ଯ୍ୟୟ ପଚିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବିପର୍ଯ୍ୟୟ ସମୟରେ ଯେଉଁମାନେ ବିପନ୍ନଙ୍କୁ ଅପମାନିତ କରିଛନ୍ତି, କଟୁ କଥା କହିଛନ୍ତି କାହାକୁ ବି ଛଡ଼ା ଯିବନି । ଏଥିସହ ଯେଉଁ ଅଧିକାରୀମାନେ ବିପନ୍ନଙ୍କୁ ସାହାଯ୍ୟ କରିଛନ୍ତି ଆଉ ନିଜର ଦାୟିତ୍ୱ ସୁଚାରୂ ରୂପେ ତୁଲାଇଛନ୍ତି ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Leave A Reply

Your email address will not be published.