Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନରେ ବଡ଼ ସଫଳତା । ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡ଼ିଲା ୪ ଆତଙ୍କୀଙ୍କ ମୁଣ୍ଡ । ଏଥିସହ ଜଣେ ଆତଙ୍କବାଦୀକୁ ଜୀବନ୍ତ କାବୁ କରିଛନ୍ତି ସୁରକ୍ଷାବାହିନୀ। ଜମ୍ମୁ-କଶ୍ମୀରର ଗାନ୍ଦେରବଲ, ପୁଲୱାମା ଓ ହାଣ୍ଡୱାରାରେ ଏହି ଏନକାଉଣ୍ଟର ହୋଇଛି ।

କଶ୍ମୀର ପୋଲିସ ଆଇଜିଙ୍କ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକାଧିକ ସ୍ଥାନରେ ଏନକାଉଣ୍ଟର ହୋଇଥିଲା । ପୁଲୱାମାରେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ୨ ଜଣ ସଦସ୍ୟ ନିହତ ହୋଇଛନ୍ତି । ସେମାନଙ୍କ ଭିତରେ ଜଣେ ପାକିସ୍ତାନୀ ଆତଙ୍କୀ ରହିଛି ।

ସେହିପରି ଗାନ୍ଦେରବଲ ଓ ହାଣ୍ଡୱାରାରେ ଜଣେ ଲେଖାଏ ଲସ୍କର-ଏ-ତୋଏବା ଆତଙ୍କୀ ନିହତ ହୋଇଛନ୍ତି । ରାତି ତମାମ ଏନକାଉଣ୍ଟର ଜାରି ରହିଥିବା ବେଳେ ଭୋର ସମୟରେ ପୁଲିସ୍ ମୃତାହତଙ୍କ ସମ୍ପର୍କରେ ସୂଚନା ଦେଇଛି । ଏହି ଘଟଣା ପରେ ଦୀର୍ଘ ସମୟ ଧରି ସର୍ଚ୍ଚ ଅପେରସନ୍ ଚାଲିଥିଲା ।

Comments are closed, but trackbacks and pingbacks are open.