Latest Odisha News

ବିଜେପି ଫୋକସରେ ଓଡିଶା, ଘନ ଘନ ଚାଲିଛି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ

ଭୁବନେଶ୍ଵର: ଚଳିତ ନିର୍ବାଚନରେ ବିଜେପି ଫୋକସରେ ରହିଛି ଓଡ଼ିଶା । ଜଣଙ୍କ ପରେ ଜଣେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ଷ୍ଟାର ପ୍ରଚାରକଙ୍କୁ ଓଡ଼ିଶା ପଠାଇ ଭୋଟ ହାତେଇବାକୁ ହୋଇଛି ବଡ଼ ପ୍ଲାନ୍ । ଘନ ଘନ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରର ନେତା ମନ୍ତ୍ରୀ ମାନେ । ଏହାରିଭିତରେ ପୁଣି ଥରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ୨ ଦିନରେ ୮ଟି ସ୍ଥାନରେ ପ୍ରଚାର କରିବେ ହିମନ୍ତ ବିଶ୍ୱଶର୍ମା । ୨୭ରେ ଭଦ୍ରକ ଯାଜପୁର କେନ୍ଦ୍ରାପଡା କାକଟପୁର ଓ ୨୮ରେ ରାଇରଙ୍ଗପୁର, ମୋରଡା, ସୋର ଓ ଜଗତସିଂହପୁରରେ ପ୍ରଚାର କରିବେ ହିମନ୍ତ ।

ସେହିପରି ଆସନ୍ତାକାଲି ୨ଦିନିଆ ଗସ୍ତରେ ଓଡିଶା ଆସିବେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ୨୭ରେ କେନ୍ଦ୍ରପଡା ଓ ୨୮ରେ ଭଦ୍ରକରେ ନିର୍ବାଚନୀ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାପରେ ୨୮ରେ ପୁଣିଥରେ ଓଡିଶା ଆସିବେ ଅମିତ ଶାହା । ସେହିଦିନ ୩ଟି ଜନସଭାକୁ ସମ୍ବୋଧନ କରିବେ ଶାହା । ଚାନ୍ଦବାଲି, କୋରୋଇ ଓ ନିମାପଡାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ ଅମିତ ଶାହା । ସେହିପରି ୨୯ରେ ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ଗସ୍ତରେ ଆସି ବାରିପଦା ଛଉ ପଡିଆରେ ଦିନ ୧୨ଟାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।

Leave A Reply

Your email address will not be published.