Latest Odisha News

BREAKING NEWS

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଗଞ୍ଜାମ ପୌରାଞ୍ଚଳର ଏହି ୪ ୱାର୍ଡ

ଗଞ୍ଜାମ: ଗଞ୍ଜାମରେ ଦିନକୁ ଦିନ ସଙ୍ଗିନ ହେଉଛି କରୋନା ସ୍ଥିତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ପୌର ଅଞ୍ଚଳର ୪ଟି ୱାର୍ଡ଼କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ଜିଲ୍ଳା ପ୍ରଶାସନ। ଏହି ଅଞ୍ଚଳରୁ ଦୁଇଜଣ କରୋନା ପଜେଟିଭ ପରେ ପ୍ରଶାସନ ତରଫରୁ ଏହି ଘୋଷଣା କରଯାଇଛି । ପୌରାଞ୍ଚଳର ୱାର୍ଡ଼ ୫ ର ବିଜୁପଟ୍ଟନାୟକ ମାର୍ଗ, ମେଡ଼ିକାଲ କଲୋନୀ ,ତିନି ନମ୍ବର ୱାଡ଼ ର ଆଖଡାବନ୍ଦ ସାହି, ଦୁର୍ଗା ଦେବୀସାହି, ଦୁଇନମ୍ବର ୱାର୍ଡ଼ ର ମଧ୍ୟଖଣ୍ଡ ସାହି, ଚାରିନମ୍ବର ୱାଡ଼ ର ରଘୁନାଥ ସାହି, ରାଉଳସାହି ଗୋପିନାଥ ମନ୍ଦିର ଦେଇ ମଧ୍ୟଖଣ୍ଡ ସାହି ଗଳି ପର୍ଯ୍ୟନ୍ତ ଅଞ୍ଚଳକୁ ଏକ ସପ୍ତାହ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

ପାଞ୍ଚ ନମ୍ବର ୱାର୍ଡ଼ର ବଡବଜାର ଠାରୁ ଭାରତୀ ବିଦ୍ୟା ପୀଠ ପର୍ଯ୍ୟନ୍ତ ସମସ୍ତ ଦୋକାନ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ପ୍ରଶାସନ ତରଫରୁ ଘୋଷଣା କରାଯାଇଛି । ସାମନ୍ତରା ସାହି ଓ ରାଉଳ ସାହିକୁ ବଫର ଜୋନ ଘୋଷଣା କରାଯାଇଛି। ଦଣ୍ଡାସି ସାହି, ପୁରୁଣା ପେଟ୍ରୋଲଟ୍ୟାଙ୍କି ଛକ ଠାରୁ ଭାରତୀ ବିଦ୍ୟା ପୀଠ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ବନ୍ଦ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave A Reply

Your email address will not be published.