Latest Odisha News

BREAKING NEWS

ହାପି ବାର୍ଥଡେ ମାହି: ଏହି ସ୍ୱତନ୍ତ୍ର ଭିଡ଼ିଓ ମାଧ୍ୟମରେ ଶୁଭେଚ୍ଛା ଜଣାଇଲା ‘ସିଏସକେ’ ଟିମ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଆଜି ହେଉଛି ଜନ୍ମ ଦିନ । ୩୯ ବର୍ଷରେ ପଦାର୍ପଣ କଲେ କ୍ୟାପଟେନ କୁଲ । ପ୍ରତିବର୍ଷ ସାଥିମାନେ ଧୋନୀଙ୍କ ଜନ୍ମଦିନ ବେଶ୍ ।ଧୁମଧାମରେ ପାଳନ କରନ୍ତି । ଏହାର ଭିଡ଼ିଓ ମଧ୍ୟ ରହିଛି । ତେବେ ଚଳିତ ଥର କରୋନା ଯୋଗୁଁ ସବୁ ଫୁ’ । ପାଖରେ ନଥିଲେ ସୁଦ୍ଧା ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗର ସଦସ୍ୟ ମାନେ ଏକ ସ୍ୱତନ୍ତ୍ର ଭିଡ଼ିଓ ଜରିଆରେ ଧୋନୀଙ୍କ ଶୁଭେଚ୍ଛା ଜଣାଇଛନ୍ତି ।

ଦେଖନ୍ତୁ ଭିଡ଼ିଓ …

https://www.facebook.com/TheChennaiSuperKings/posts/3448607718490932
ଧୋନୀଙ୍କର ଭାରତୀୟ କ୍ରିକେଟ ଜଗତରେ ରହିଛି ଅନେକ ଗୁରୁତ୍ବ। ତାଙ୍କ ଅଧିନାୟକତ୍ବରେ ଦୀର୍ଘ ୨୮ ବର୍ଷ ପରେ ଭରାତ ବିଶ୍ବକପ୍ କପ ଜିତିଥିଲା । ଏହା ସହ ସେ ଭାରତକୁ ଟି-୨୦ ଓ ଟେଷ୍ଟରେ ମଧ୍ୟ ୧ ନମ୍ବର ଦଳ କରାଇଛନ୍ତି ।

ଭାରତୀୟ କ୍ରିକେଟର ସବୁଠୁ ସଫଳ କ୍ୟାପଟେନ୍ ହେଉଛନ୍ତି ଧୋନୀ । ବିଶ୍ବର ଏକମାତ୍ର ଅଧିନାୟକ ଭାବେ ଦିନିକିଆ ବିଶ୍ବକପ, ଟି୨୦ ବିଶ୍ବକପ ଓ ଚାମ୍ପିୟନ୍ସ ଟ୍ରଫି ଜିତିଛନ୍ତି । ସେହିପରି ଧୋନୀଙ୍କ ଅଧିନାୟକତ୍ବ କାଳରେ ଦିନିକିଆ ଓ ଟେଷ୍ଟରେ ଭାରତ ଏକ ନମ୍ବର ହେବାର ସୌଭାଗ୍ୟ ପାଇଥିଲା ।

Leave A Reply

Your email address will not be published.