ଗଞ୍ଜାମ: ଦିଲ୍ଲୀର ଯୁବକଙ୍କୁ ଗଞ୍ଜାମରେ କରାଯାଇଛି ଅପହରଣ। ଦିଲ୍ଲୀର ଜଣେ ଯୁବକଙ୍କ ସମେତ ୪ ଜଣଙ୍କୁ ଅପହରଣ କରାଯାଇଥିବା ମାମଲା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ୪ ଜଣଙ୍କୁ ଅପହରଣ ପରେ ନାଗ ସାପ ଦେଖାଇ ଡରାଉଥିଲା ଦୁର୍ବୃତ୍ତ। କୌଶଳକ୍ରମେ ଜଣେ ଖସିଆସି ଚିକିଟି ତହସିଲଦାରଙ୍କୁ ଜଣାଇବା ପରେ ମାମଲାର ହେଲା ଖୁଲାସା।
ସୂଚନା ଅନୁସାରେ ଗଞ୍ଜାମ ଚିକିଟିଗଡ ଅଞ୍ଚଳରେ ଅପହରଣକାରୀ ମାନେ ୪ ଜଣଙ୍କୁ ଅଟକ ରଖିଥିଲେ। କୌଶଳକ୍ରମେ ସେମାନଙ୍କ ମଧ୍ୟରୁ ଜଣେ ଖସିଆସି ଚିକିଟି ତହସିଲଦାରଙ୍କୁ ଜଣାଇଥିଲେ। ତହସିଲଦାରଙ୍କ ସହଯୋଗରେ ପୋଲିସ୍ ଅନ୍ୟ ୩ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି। ୪ ଅପହୃତ ଯୁବକଙ୍କୁ ଉଦ୍ଧାର କରିଛି ନୂଆଗଁ ପୋଲିସ।
୪ ଦିନ ତଳେ ଏହି ୪ ଜଣଙ୍କୁ ଦୁର୍ବୁତ୍ତ ମାନେ ଅପହରଣ କରି ରଖିଥିଲେ। ତେବେ ସେମାନେ କିଏ ଏବଂ କାହିଁକି ଅପହରଣ କରିଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ବର୍ତ୍ତମାନ ଯାଏ ମିଳିଥିବା ସୂଚନା ଅନୁସାରେ ଏହି ୪ ଜଣ ଅପହୃତାଙ୍କୁ ଦୁର୍ବୃତ୍ତମାନେ ସାପ ଦେଖାଇ ଡରାଇ ରଖିଥିଲେ। ପୋଲିସ୍ ତଦନ୍ତ ଜାରି ରଖିଛି।
Comments are closed.