Latest Odisha News

BREAKING NEWS

ଦେଶରେ ୪୦ ହଜାର ପାର୍‌ କଲା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୪୦ ହଜାର ପାର୍‌ କଲା ବ୍ଲାକ୍‌ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା। ଦେଶରେ ଏପର୍ଯ୍ୟନ୍ତ ସମୁଦାୟ ୪୦,୮୪୫ କଳା ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ଜଣାଯାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର କହିଛନ୍ତି।

ମୋଟ ୧୩,୦୮୩ ରୋଗୀ ୧୮ରୁ ୪୫ ବର୍ଷର ଥିବା ବେଳେ ୧୭,୪୬୪ ରୋଗୀ ୪୫ରୁ ୬୦ ବର୍ଷ ବୟସର ଅଛନ୍ତି। ଏହାସହିତ ୧୦,୦୮୨ ରୋଗୀ ୬୦ ବର୍ଷରୁ ଅଧିକ ବୟସ୍କ ବୋଲି ଜଣାପଡ଼ିଛି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି।

Leave A Reply

Your email address will not be published.