Latest Odisha News

BREAKING NEWS

ଆସନ୍ତାକାଲି ସୋସିଆଲ ମିଡିଆରେ ହେଉଥିବା ଅପବ୍ୟବହାର ବାବଦରେ ଷ୍ଟାଣ୍ଡିଂ କମିଟି ଆଗରେ ଜବାବ ରଖିବେ ଫେସ୍‌ବୁକ୍‌ ଓ ଗୁଗୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁରଙ୍କ ନେତୃତ୍ୱାଧୀନ ଷ୍ଟାଣ୍ଡିଂ କମିଟି ଆଗରେ ଆସନ୍ତାକାଲି ହାଜର ହେବେ ଫେସବୁକ୍‌ ଏବଂ ଗୁଗୁଲର ଭାରତୀୟ ଅଧିକାରୀ। ସୋସିଆଲ ମିଡିଆ ୟୁଜର୍ସଙ୍କ ଅଧିକାର ଏବଂ ସୋସିଆଲ ମିଡିଆରେ ହେଉଥିବା ଅପବ୍ୟବହାର ରୋକିବା ବାବଦରେ ଷ୍ଟାଣ୍ଡିଂ କମିଟି ଆଗରେ ନିଜର ମତାମତ ରଖିବାକୁ କହିଛନ୍ତି କେନ୍ଦ୍ର ସରକାର।

ମଙ୍ଗଳବାର ଅପରାହ୍ନ ୪ ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ତାଙ୍କୁ ପ୍ରାୟ ଏକ ଘଣ୍ଟା ଧରି ତାଙ୍କ ଟ୍ୱିଟର ଆକାଉଣ୍ଟରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି ଯେ ସେ ମଧ୍ୟ କପିରାଇଟ୍ ପ୍ରସଙ୍ଗରେ ସମାନ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ତାଙ୍କର ଏବଂ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ସଂକ୍ଷିପ୍ତ ବ୍ଲକ୍‌ କରିବା ପ୍ରସଙ୍ଗକୁ ନେଇ ସେ ଟ୍ୱିଟର ଇଣ୍ଡିଆରୁ ସ୍ପଷ୍ଟୀକରଣ ମାଗିବେ ବୋଲି ଥରୁର କହିଛନ୍ତି।

Leave A Reply

Your email address will not be published.