Latest Odisha News

ବଢୁଛି କରୋନା ଭୟବହତା: ଜାପାନରେ ୪୧ ଶିଶୁ ମୃତ, ମିଆଁମାର ସୀମା ସିଲ୍ କଲା ଚୀନ

ଟୋକିଓ: ଚୀନ ପରେ ଜାପାନରେ କରୋନାର ଭୟବହତା ବଢିବାରେ ଲାଗିଛି । ଜାପାନ ଟାଇମ୍ସ ଅନୁସାରେ, ଏହା ୮ମ ଲହର  । ଓମିକ୍ରନ ଭାରିଆଣ୍ଟ ସଂକ୍ରମଣରୁ ଶିଶୁମାନଙ୍କ ଜୀବନ ଯାଉଛି । ୮ ମାସରେ ୪୧ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି । ଚୀନରେ ସ୍ଥିତି ସଙ୍ଗୀନ ଦେଖି ଜାପାନ ଭୟଭୀତ ହୋଇଛି ।

ବିଶେଷଜ୍ଞଙ୍କ ଅନୁସାରେ, ଓମିକ୍ରନର ନୂଆ ଭାରିଆଣ୍ଟ ଖୁବ ଘାତକ । ଓମିକ୍ରନ ନୂଆ ଭାରିଆଣ୍ଟ ମୃତ ଶିଶୁଙ୍କ ମଧ୍ୟରୁ ୧୫ଜଣ ପୂର୍ବରୁ ଅସୁସ୍ଥ ନଥିଲେ । ଏମାନେ ପୂରା ସୁସ୍ଥ ଥିଲେ । କିଛି ବି ଲକ୍ଷଣ ନଥିଲା । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ବୟସ -୧ ବର୍ଷ ଥିଲା । ୨ଜଣ ଶୁଶୁଙ୍କ ବୟସ ୨ ବର୍ଷରୁକମ୍ ଓ ୯ ଶିଶୁଙ୍କ ବୟସ ୫ ବର୍ଷରୁ କମ୍ ।  ତେଣୁ ଶିଶୁମାନଙ୍କ ପାଇଁ ଓମିକ୍ରନ ନୂଆ ଭାରିଆଣ୍ଟ ଶିଶୁମାନଙ୍କ ପାଇଁ ଘାତକ ।

ଚୀନ ପୁଣି ସୀମା ସିଲ୍ କଲା

ଚୀନ ହସପିଟାଲ ଗୁଡିକରେ ବେଡ୍ ମିଳୁନି । ସାମୂହିକ ଅନ୍ତିମ ସଂସ୍କାର କରାଯାଉଛି । ଅନ୍ୟ ଦେଶକୁ ପଳାୟନ କିମ୍ୱା ଅନ୍ୟ ଦେଶରୁ ପ୍ରବେଶକୁ ରୋକିବା ପାଇଁ ଚୀନ ବର୍ଡର ସିଲ୍ କରିଛି । ୟୁନ୍ନାନପ୍ରାନ୍ତରେ ମିଆଁମାର ସଂଯୁକ୍ତ ସୀମାସ୍ଥିତ ରୁଇଲି ସହରରେ ସୀମା ପାର୍ ଉପରେ ନଜର ରଖାଯାଉଛି । ଏଠାରେ କ୍ୟାମେରା ଓ ଆଲର୍ମ ଖଞ୍ଜାଯାଇଛି ।

Leave A Reply

Your email address will not be published.