Latest Odisha News

BREAKING NEWS

ବ୍ରହ୍ମପୁର ଜେଲରେ ୪୨ କରୋନା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ବ୍ରହ୍ମପୁର ମଣ୍ଡଳ କାରଗାରରୁ ୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୩୩ ଜଣ ବିଚାରଧୀନ କଏଦୀ ଥିବା ବେଳେ ଅନ୍ୟ ୯ ଜଣ ଜେଲର କର୍ମଚାରୀ ବୋଲି ଜଣାପଡିଛି ।

ଗତକାଲି ଜେଲରେ କରୋନା ସଂକ୍ରମିତ ଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଏହାକୁ ଆଧାର କରି ସେଠାରେ ଥିବା କଏଦୀ ଓ କର୍ମଚାରୀଙ୍କ ସ୍ୱାବ ନମୁନା ଟେଷ୍ଟ ହୋଇଥିଲା । ରିପୋର୍ଟ ଆସିବା ପରେ ୪୨ ଜଣ କରୋନା ପଜିଟିଭ୍ ଥିବା ଜଣାପଡିଥିଲା । ସେମାନଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.