Latest Odisha News

BREAKING NEWS

ଏ ବର୍ଷ ଭଙ୍ଗା ହେବନି ଶ୍ରୀକ୍ଷେତ୍ରର ତିନି ରଥ

ପୁରୀ: ଚଳିତବର୍ଷ ଭଙ୍ଗାହେବନି ଶ୍ରୀକ୍ଷେତ୍ରର ତିନି ରଥ । ଏଗୁଡିକୁ ସଂରକ୍ଷିତ ରଖାଯିବ । କରୋନା କଟକଣା ଭିତରେ ଚଳିତବର୍ଷର ରଥଯାତ୍ରା ଶେଷ ହୋଇସାରିଛି । ତେବେ ରଥଯାତ୍ରା ସରିବା ପରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ରଥକୁ ନଭଙ୍ଗାଯାଇ ଜଗନ୍ନାଥ ବଲ୍ଲଭ ପରିସରରେ ରଖାଯିବା ଲାଗି ସ୍ଥିର କରାଯାଇଛି ।

ଜଗନ୍ନାଥ ବଲ୍ଲଭ ପରିସରରେ ୩ ରଥକୁ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେଣୁ ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରଥ ରଖାଯିବା ନେଇ ନିର୍ମାଣ ଚାଲିଛି । କିଭଳି ରଥକୁ ନଭାଙ୍ଗି ରଖାଯିବ ଏନେଇ ବିଶ୍ୱକର୍ମା, ଭୋଇ ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି। ସେ କହିଛନ୍ତି, ଏହି ତିନି ରଥକୁ ସିଂହଦ୍ୱାର ଠାରୁ ଜଗନ୍ନାଥ ବଲ୍ଲଭ ପରିସର ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.