Latest Odisha News

BREAKING NEWS

ଚେନ୍ନାଇ ଟେଷ୍ଟରେ ଭାରତ ଆଗରେ ୪୨୦ ରନର ବିଜୟ ଲକ୍ଷ୍ୟ

ଚେନ୍ନାଇ : ଚେନ୍ନାଇର ଏମ.ଏ. ଚିଦାମ୍ବରମ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲାଣ୍ଡ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ପ୍ରଥମେ ବ୍ୟାଟିଂ କରି ୫୭୮ ରନ କରିଥିବା ଇଂଲଣ୍ଡ ଟିମ୍ ଦ୍ବିତୀୟ ଇନିଂସରେ ମାତ୍ର ୧୭୮ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ପ୍ରଥମ ଇନିଂସରେ ୩୩୭ ରନରେ ଅଲଆଉଟ ହୋଇଥିବା ଭାରତ ଆଗରେ ୪୨୦ ରନର ବିଜୟ ଲକ୍ଷ୍ୟ ରହିଛି ।

ଦ୍ବିତୀୟ ଇନିଂସରେ ୪୨୦ ରନର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଟିମ୍ ଇଣ୍ଡିଆ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ଓ୍ବିକେଟ ହରାଇ ୩୯ ରନ କରିଛି । ରୋହିତ ଶର୍ମା ମାତ୍ର ୧୨ ରନ କରି ଜ୍ୟାକ୍ ଲିକଙ୍କ ବଲରେ ଆଉଟ ହୋଇଛନ୍ତି । କ୍ରିଜରେ ଶୁଭମନ ଗିଲ ୧୫ ଓ ଚେତେଶ୍ବର ପୂଜାରା ୧୨ ରନ କରି ନଟଆଉଟ୍ ଅଛନ୍ତି ।

ଦ୍ବିତୀୟ ଇନିଂସରେ ଇଂଲଣ୍ଡ ମାତ୍ର ୧୭୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନୀଙ୍କ ବଲର ସାମ୍ନା କରିପାରିନଥିଲେ ଇଂଲଣ୍ଡର କୌଣସି ବ୍ୟାଟ୍ସମ୍ୟାନ । ଅଶ୍ବିନୀ ୬୧ ରନ ଦେଇ ୬ଟି ଓ୍ବିକେଟ ହାସଲ କରିଛନ୍ତି । ଭାରତ ମ୍ୟାଚର ପଞ୍ଚମ ଦିନରେ ବିଜୟ ପାଇଁ ଆଉ ୩୮୧ ରନ ଆବଶ୍ୟକ କରୁଥିବା ବେଳେ ହାତରେ ୯ଟି ଓ୍ବିକେଟ ଅଛି ।

Leave A Reply

Your email address will not be published.