Latest Odisha News

BREAKING NEWS

ପାଣିରୁ ଇନ୍ଧନ ପ୍ରସ୍ତୁତ କରିବା କୌଶଳ ଖୋଜି ପାଇଲେ ଭାରତୀୟ ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତରେ ପେଟ୍ରୋଲ-ଡିଜେଲ୍‌ ଦର ଶତକ ମାରିବାକୁ ବସିଲାଣି । ଲୋକେ ଗାଡ଼ି ଚଳାଇବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଏହି ଟେନ୍‌ସନ୍‌ ଖୁବ ଶୀଘ୍ର ଦୂର ହୋଇଯିବ ବୋଲି ଶୁଣିବାକୁ ମିଳିଛି । ଦିଲ୍ଲୀର ବିଶେଷଜ୍ଞମାନେ ଜଳରୁ ଉଦଜାନ୍ (ହାଇଡ୍ରୋଜେନ୍‌)‌ ଇନ୍ଧନ ପ୍ରସ୍ତୁତ କରିବାର ଟେକ୍‌ନିକ୍‌ ପାଇଛନ୍ତି । ଏହି ଇନ୍ଧନ ଶସ୍ତା ହେବା ସାଙ୍ଗକୁ ପରିବେଶକୁ ସୁହାଇଲା ଭଳି ହେବ ବୋଲି ଦାବି ହୋଇଛି ।

ଏହି ରିସର୍ଚ୍ଚରେ ବିଶେଷଜ୍ଞମାନେ ଜଳରୁ ଶସ୍ତା ଏବଂ ସ୍ବଚ୍ଛ ହାଇଡ୍ରୋଜେନ୍‌ (ଉଦ୍‌ଜାନ) ଇନ୍ଧନ ପ୍ରସ୍ତୁତ କରିବାରେ ସଫଳତା ପାଇଛନ୍ତି । ଇନ୍ଧନ ପ୍ରସ୍ତୁତ ପାଇଁ ସେମାନେ ସଲଫର-ଆୟୋଡିନ୍‌ ଥର୍ମୋକେମିକାଲ୍‌ ହାଇଡ୍ରୋଜେନ୍‌ ସାଇକେଲ୍ ପ୍ରକ୍ରିୟାର ବ୍ୟବହାର କରିଛନ୍ତି । ତେବେ ଏହି ପରୀକ୍ଷା ପାଇଁ ଓଏନଜିସି ଏନର୍ଜି ସେଣ୍ଟର ପକ୍ଷରୁ ସହାୟତା ମିଳିଛି । ଏଥିରେ ବାୟୋ ପ୍ରଡକ୍ଟ ରୂପରେ ଅମ୍ଳଯାନ ମିଳିଛି ।

ହାଇଡ୍ରୋଜେନ୍‌କୁ ଇନ୍ଧନ ରୂପରେ ପାଇବା ପାଇଁ କରାଯାଇଥିବା ପ୍ରକ୍ରିୟାରେ ଅମ୍ଳଯାନ ମିଳିବା ପରେ ବ୍ୟବସାୟିକ ବ୍ୟବହାର ପାଇଁ ବଡ଼ ପରିମାଣରେ ଇନ୍ଧନ ସୃଷ୍ଟି କରିହେବ ବୋଲି ଆଶା କରିଛନ୍ତି ବୈଜ୍ଞାନିକ । ତେବେ ଏହି ସମସ୍ତ ପ୍ରକ୍ରିୟା ପାଇଁ ଆବଶ୍ୟକ କାଟାଲିଷ୍ଟକୁ ବି ବୈଜ୍ଞାନିକମାନେ ଖୋଜି ବାହାର କରିଛନ୍ତି । ଏହାର ପେଣ୍ଟେଣ୍ଟ କରାଯାଇଛି । ଏହି ପ୍ରକ୍ରିୟାରୁ ମିଳିବାକୁ ଥିବା ଇନ୍ଧନ ଖୁବ ଶସ୍ତା ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.