Latest Odisha News

BREAKING NEWS

ପାରମିତା ଶତପଥୀ ପାଇଲେ ଶାରଳା ପୁରସ୍କାର

ଭୁବନେଶ୍ବର : ଅନୁଷ୍ଠିତ ହୋଇଛି ୪୨ତମ ଶାରଳା ପୁରସ୍କାର ଉତ୍ସବ । ସୁଖ୍ୟାତ କଥାକାର ପାରମିତା ଶତପଥୀଙ୍କୁ ତାଙ୍କ ଉପନ୍ୟାସ ‘ଅଭିପ୍ରେତ କାଳ’ ପାଇଁ ପ୍ରଦାନ କରାଯାଇଛି ଚଳିତ ବର୍ଷର ମର୍ଯ୍ୟାଦାଜନକ ଶାରଳା ପୁରସ୍କାର । ପୁରସ୍କାର ସ୍ବରୂପ ଭାବେ ସମ୍ମାନପତ୍ର ଓ ଫଳକ ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି ।

ଏଥିସହ ବରିଷ୍ଠ ଚିତ୍ରଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ଓ ବିଶିଷ୍ଟ ଘୁମୁରାଶିଳ୍ପୀ ଜୟନ୍ତ କୁମାର ବେହେରାଙ୍କୁ ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ ପ୍ରଦାନ କରାଯାଇଛି । ଉଭୟଙ୍କୁ ସମ୍ମାନପତ୍ର ଓ ଫଳକ ସହ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି ।

କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ଇମ୍ଫା ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ପାରମିତା ପଣ୍ଡା । ଭାଷା ସାହିତ୍ୟ, କଳା-ସଂସ୍କୃତି ଓ ପ୍ରାଚୀନତା ଦୃଷ୍ଟିରୁ ସମୃଦ୍ଧ ଓଡ଼ିଶାକୁ ଅଧିକ ମଜଭୂତ ଓ ସ୍ବୟଂସଂପୂର୍ଣ୍ଣ କରିବା ଦିଗରେ କରିବା ଦିଗରେ ସ୍ବର୍ଗତ ବଂଶୀଧର ପଣ୍ଡା ଓ ଇଲା ପଣ୍ଡାଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରିଥିଲେ ପାରମିତା ପଣ୍ଡା । ଓଡ଼ିଶାର ଅନ୍ୟ ଅନୁଷ୍ଠାନ ଏ ଦିଗରେ ଉଦ୍ୟମ ବଜାୟ ରଖିଲେ ବଂଶୀଧର ଓ ଇଲାଙ୍କ ସ୍ବପ୍ନ ସାର୍ଥକ ହେବ ବୋଲି ସେ କହିଥିଲେ । ଏହି ଅବସରରେ ପ୍ରତିଭାତ୍ରୟୀଙ୍କ ଉପରେ ନିର୍ମିତ ୩ଟି ସଂକ୍ଷୀପ୍ତ ବୃତ୍ତଚିତ୍ର ପ୍ରଦର୍ଶିତ ହେବା ସହ ଶାରଳା ପୁରସ୍କାର୨୦୨୧ର ସୂଚନା ପୁସ୍ତିତା ଲୋକାର୍ପିତ ହୋଇଥିଲା । ୧୯୮୦ ମସିହାରୁ ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଛି ଏହି ଶାରଳା ପୁରସ୍କାର ।

Leave A Reply

Your email address will not be published.