Latest Odisha News

BREAKING NEWS

୪୫ କେଜି ବାରାହ ମାଂସ ଜବତ, ୭ ଶିକାରୀ ଗିରଫ

ନୂଆପଡା: ବାନ୍ୟଜନ୍ତୁ ଶିକାରୀ ପାଇଁ କଡା ଆକ୍ସନ ମୋଡ଼ରେ ଏବେ ବନ ବିଭାଗ l ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅଞ୍ଚଳରେ ବାରାହ ଶିକାର କରି ମାଂସ ଭାଗବଣ୍ଟା ସମୟରେ ମାଡି ବସିଲା ବନ ବିଭାଗ l କଟା ମାଂସ ସହ ୭ ଜଣ ଶିକାରୀ ଓ ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ଜବତ କରିଛି କୋମନା ବନ ବିଭାଗ l

ସୂଚନା ଅନୁସାରେ, ବିଶେଷ ସୂତ୍ରରୁ ଖବର ପାଇ ଖଡ଼ିଆଳ ଡ଼ିଏଫଓ ଅଜିଜ ଖାନଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ତାଣ୍ଡେଲ ଜଙ୍ଗଲ ନିକଟରେ କୋମନା ବନ ବିଭାଗ ସଦଳ ଯାଇ ଚଢ଼ାଉ କରିଥିଲା l ଚଢ଼ାଉ ସମୟରେ ୪୫ କେଜି ବାରାହ ମାଂସ ସହ ୭ ଜଣ ଶିକାରୀ ଓ ବାରାହ ଶିକାର ରେ ବ୍ୟବହୃତ ୫ ଗୋଟି ଧନୁ, ୨୧ଟି ତୀରକୁ ଜବତ କରାଯାଇଛି ।

ଏହା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ଡ଼ିଏଫଓ ଅଜିଜ ଖାନ କହିଛନ୍ତି l ସମସ୍ତ ଅଭିଯୁକ୍ତ କୋମନା ରେଞ୍ଜ ନୂଆଗାଁ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ନେଇ ଅଧିକ ତଦନ୍ତ ଚାଲିଥିବା ଡ଼ିଏଫଓ କହିଛନ୍ତି l

Leave A Reply

Your email address will not be published.