Latest Odisha News

BREAKING NEWS

ବଦ୍ରିନାଥରେ ବଡଧରଣର ହିମସ୍ଖଳନ: ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ

ଡେରାଡୁନ୍: ବଦ୍ରିନାଥରେ ବଡ ଧରଣର ହିମସ୍ଖଳନ । ଫସିଛନ୍ତି ୪୦ରୁ ଅଧିକ ଶ୍ରମିକ । ମିଳିଥିବା ସୂଚନା ମୁତାବକ, ଆଜି ଉତ୍ତରାଖଣ୍ଡର ବଦ୍ରିନାଥ ଏବଂ ଏହାର ଆଖପାଖ ଅଞ୍ଚଳରେ ହିମସ୍ଖଳନ ହେବାରୁ ୪୭ ଜଣ ଏବେ ବି ଫସି ରହିଛନ୍ତି । ଅନୂନ୍ୟ ୧୦ ଜଣ ଶ୍ରମିକ ଉଦ୍ଧାର କରାଯାଇଛି । ଫସି ରହିଥିବା ଶ୍ରମିକମାନେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଜଣେ ଠିକାଦାରଙ୍କ ଦ୍ୱାରା ନିୟୋଜିତ ହୋଇଥିବା ସୂଚନା ମିଳିଛି ।

ପ୍ରବଳ ତୁଷାରପାତ ପରେ, ବଦ୍ରିନାଥ ବାହାରେ ମାନା ଗ୍ରାମ ନିକଟରେ ଏକ ହିମସ୍ଖଳନ ଘଟିଥିଲା । ୫୭ ଜଣ ଶ୍ରମିକ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏହାକୁ ନେଇ ଜିଲ୍ଲା ମାଜିଷ୍ଟ୍ରେଟ୍ ସନ୍ଦୀପ ତିୱାରୀ କହିଛନ୍ତି, ମାନା ଗ୍ରାମ ଏବଂ ମାନା ପାସ୍ ମଧ୍ୟରେ ଥିବା ବିଆରଓ ସ୍ଥାନ ନିକଟରେ ହିମସ୍ଖଳନ ଘଟିଥିଲା, ​​ଯେଉଁଠାରେ ଶ୍ରମିକମାନେ ସେନା ଗତିବିଧିକୁ ସହଜ କରିବା ପାଇଁ ରାସ୍ତାରୁ ବରଫ ସଫା କରିବାରେ ନିୟୋଜିତ ରହିଥିଲେ । ହିମସ୍ଖଳନ ବେଳେ ୧୦ ଜଣ ଖସି ଆସିବାରେ ସମର୍ଥ ହୋଇଥିବା ବେଳେ ଏବେବି ୪୭ ଜଣ ଫସିରହିଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ ।

ଶ୍ରମିକ ମାନଙ୍କ ଉଦ୍ଧାର ପାଇଁ ପ୍ରଶାସନ ଏବଂ ବିଆରଓ ଦଳ ସହିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଇଟିବିପି ଏବଂ ଗରୱାଲ ସ୍କାଉଟ୍ ସ୍ଥାନୀୟ ଲୋକଙ୍କ ସହିତ ଉଦ୍ଧାର କାର୍ଯ୍ୟରେ ସକ୍ରିୟ ଭାବରେ ସାମିଲ ରହିଛନ୍ତି । ଏଥିସହିତ ରାଜ୍ୟ ବିପର୍ଯ୍ୟୟ ସହାୟତା ବାହିନୀ ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଜୋଶୀମଠର ନିକଟତମ ପୋଷ୍ଟରୁ ଏକ ଉଦ୍ଧାର ଦଳକୁ ଘଟଣାସ୍ଥଳକୁ ପଠାଯାଇଛି । ଏହା ସହିତ, ଡେରାଡୁନର ଗୌଚର ଏବଂ ସହସ୍ତ୍ରଧାରାରେ ଉଚ୍ଚ-ଉଚ୍ଚତା ଉଦ୍ଧାର ଦଳକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ଅନ୍ୟପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ, ଘଟଣା ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ଶ୍ରମିକଙ୍କ ଶୀଘ୍ର ଉଦ୍ଧାର ପାଇଁ ପାର୍ଥନା କରିଛନ୍ତି ।

Comments are closed.