ଭଦ୍ରକ: ଚାରି ଦିନ ସଟଡାଉନ୍ ରହିବ ଚାନ୍ଦବାଲି ଏନଏସି ଅଞ୍ଚଳ । କରୋନା ସଂକ୍ରମଣ ବଢୁଥିବାରୁ ୪୮ ଘଣ୍ଟା ସଟଡାଉନ୍ ଘୋଷଣା କରିଛନ୍ତି ଭଦ୍ରକ ଜିଲ୍ଲା ପ୍ରଶାସନ । କାଲି ସନ୍ଧ୍ୟା ୬ଟା ପରଠୁ ଚାନ୍ଦବାଲି ପୌରାଞ୍ଚଳରେ ସଟଡାଉନ୍ କଟକଣା ଜାରି ହେବ ।
ଗୁରୁବାର ଓ ଶୁକ୍ରବାର ସଟଡାଉନ୍ ଥିବା ବେଳେ ତାପରେ ଦୁଇ ଦିନ(ଶନିବାର ଓ ରବିବାର) ସାପ୍ତାହିକ ସଟଡାଉନ୍ ରହିଛି । ଏହାକୁ ମିଶାଇରେ କାଲି ସନ୍ଧ୍ୟା ୬ଟାରୁ ୧୭ ତାରିଖ ସକାଳ ୫ଟା ଯାଏଁ ସଟଡାଉନ୍ କଟକଣା ବଳବତ୍ତର ରହିବ ।
ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ବନ୍ଦ ରହିବ ଦୋକାନ ବଜାର । ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଦୋକାନକୁ କିଛି ସମୟ ପାଇଁ କୋହଳ କରାଯାଇଛି ।
#OdishaFightsCorona#Bhadrak
ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପୋୖରାଞ୍ଚଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଗୁରୁବାର ଓ ଶୁକ୍ରବାରରେ ଅର୍ଥାତ ୪୮ ଘଣ୍ଟା ଶଟ୍ ଡାଉନ୍ ଏବଂ ମୋଟରେ ଏହି ପୋୖରାଞ୍ଚଳ ରେ ୧୨ ଅଗଷ୍ଟ ସନ୍ଧ୍ୟା ୬ ଘଟିକାରୁ ୧୭ ଅଗଷ୍ଟ ସକାଳ ୫ ଘଟିକା ପର୍ଯ୍ୟନ୍ତ ଶଟ୍ ଡାଉନ୍ ବଲବତ୍ତର ରହିବ । pic.twitter.com/wJWw8ngkni— District Administration,Bhadrak (@DM_Bhadrak) August 11, 2020
Comments are closed.