Latest Odisha News

ବଢୁଛି ଚିନ୍ତା; ଆଉ ୪୮ ନୂଆ ପଜିଟିଭ ସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୪୮ ପଜିଟିଭ ।

ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଓ ବାଲେଶ୍ଵରରୁ ସର୍ବାଧିକ ୧୨ ଜଣ ଚିହ୍ନଟ ହୋଇଛନ୍ତି ।

ପୁରୀରୁ ୧୦ ଜଣ, ଭଦ୍ରକରୁ ୬ ଜଣ, ନୟାଗଡ଼ ରୁ ୦୩ ଜଣ, ଯାଜପୁରରୁ ୨ ଜଣ, କଟକ, ଦେବଗଡ଼ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି

ଯାଜପୁର ଜିଲ୍ଲାରୁ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ, ୩ ଏମାନେ ସମସ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିବା ସୂଚନା ମିଳିଛି ।

ରାଜ୍ୟରେ ଏପର୍ଯ୍ୟନ୍ତ ୫୧୧ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୫୮ ଜଣ ବ୍ୟକ୍ତି ଆରୋଗ୍ୟ ଲାଭ କଲେଣି ।

Leave A Reply

Your email address will not be published.