Latest Odisha News

BREAKING NEWS

କରୋନା ମୁକାବିଲା: ୩ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭିକେ ପାଣ୍ଡିଆନ

ଭୁବନେଶ୍ୱର: ଉନ୍ନୟନ ସଚିବ ସୁରେଶ ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଶୁକ୍ରବାର ଦିନ ଗଞ୍ଜାମ, ଗଜପତି ଓ ରାଜ୍ୟଗଡ ଜିଲ୍ଲା ଗସ୍ତରେ ଯାଇଛନ୍ତି ।

ଗଞ୍ଜାମ ଜିଲ୍ଲାର ଶେରଗଡା, ହିଞ୍ଜିଳି, କବି ସୁର୍ଯ୍ୟ ନଗର, ଆସ୍କା, ପୋଲସରା, ବରହମପୁର ଆଦି ଅଞ୍ଚଳର କୋଭିଡ କେୟାର ସେଣ୍ଟର ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି।

ଏହି ପ୍ରସଙ୍ଗରେ ସେମାନେ ଜିଲ୍ଲା ତଥା ବ୍ଲକ ସ୍ତରର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିବେ ବୋଲି ସୂତ୍ରରୁ ପ୍ରକାଶ।

ରାଜ୍ୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ରାୟଗଡା ଏବଂ ଗଜପତି ଜିଲ୍ଲା ପରିଦର୍ଶନ କରି ଜିଲ୍ଲାର କରୋନା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିବେ।

ଉଲ୍ଲେଖଯୋଗ୍ୟ, ଗଞ୍ଜାମରେ ଏପର୍ଯ୍ୟନ୍ତ ୨୬୪ ଟି କରୋନା ମାମଲା ରିପୋର୍ଟ ହୋଇଛି । ଯେଉଁଥିରେ ୨ ଜଣ ଆରୋଗ୍ୟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାର ପଡୋଶୀ ରାୟାଗଡା ଏବଂ ଗଜପତି ଜିଲ୍ଲା ଏପର୍ଯ୍ୟନ୍ତ ଏହି ଜୀବାଣୁକୁ ନିଜ ଜିଲ୍ଲାରୁ ଦୂରରେ ରଖିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଗଞ୍ଜାମରେ ମାମଲା ବୃଦ୍ଧି ପାଇବା ସହିତ ପଡୋଶୀ ଜିଲ୍ଲାଗୁଡିକକୁ ମଧ୍ୟ ବିପଦ ରହିଥିବା ଦର୍ଶାଯାଉଛି ।

Leave A Reply

Your email address will not be published.