Latest Odisha News

BREAKING NEWS

ପାକିସ୍ତାନ ବୈଦେଶିକ ମନ୍ତ୍ରୀ କ୍ୟୁରେସୀଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମହମ୍ମୁଦ କ୍ୟୁରେସୀଙ୍କୁ କରୋନା । ଭୂତାଣୁ ସଂକ୍ରମିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି କ୍ୟୁରେସୀ । ରିପୋର୍ଟ ପଜିଟିଭ୍ ଆସିବା ପରେ ଏବେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ।

କ୍ୟୁରେସୀ ଟ୍ୱିଟ କରି ସୂଚନା ଦେବା ସହ ଲେଖିଛନ୍ତି, ତାଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । କରୋନା ଟେଷ୍ଟ ପୂର୍ବରୁ ସେ ନିଜକୁ ହୋମ୍ ଆଇସୁଲେସନରେ ରଖିଥିଲେ । ଘରେ ଥାଇ ନିଜ କାମ ଜାରି ରଖିବେ ବୋଲି କହିଛନ୍ତି କ୍ୟୁରେସୀ ।

ଗତ ବୁଧବାର ଦିନ ମହମ୍ମୁଦ କ୍ୟୁରେସୀ ଇସଲାମାବାଦ ସ୍ଥିତ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଥିଲେ । ଯେଉଁଥିରେ ଆଫଗାନିସ୍ତାନ ସହ ପୁନଃ ସମ୍ପର୍କ ଅବସ୍ଥାପନ ନେଇ ଆମେରିକାର ପ୍ରତିନିଧି ଜଲମାଇ ଖାଲିଲଜାଦଙ୍କ ସହ ସେ ଆଲୋଚନା କରିଥିଲେ ।

Leave A Reply

Your email address will not be published.