Latest Odisha News

BREAKING NEWS

ଦେବରାଜ ସାହୁ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ୫ ଅଭିଯୁକ୍ତ ଗିରଫ । ମୋବାଇଲ ଓ ବନ୍ଧୁକ ସହ ୬୩ଟି ଗୁଳି, ଏଟିଏମ୍ କାର୍ଡ ଜବତ କରିଛି ପୋଲିସ । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଶ୍ରୀ ଭୋଇ କହିଛନ୍ତି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଛି ।

ଗତ ୨୦ ତାରିଖରେ ବେଗୁନିଆପଡାର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଅଭିଯୁକ୍ତ ସୁମଣ୍ଡଳ ଛକଠାରେ ଗୁଳି କରି ହତ୍ୟା କରିଥିଲେ । ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସ ୨ଟି ଟିମ୍ ଗଠନ କରିଥିଲା ।

Leave A Reply

Your email address will not be published.