Latest Odisha News

BREAKING NEWS

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ, ଆଜି ୫ ଆକ୍ରାନ୍ତ 

ଭୁବନେଶ୍ୱର: ଭୁବନେଶ୍ୱରରୁ କରୋନା ସଂକ୍ରମିତ ସଂଖ୍ୟା କମୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି।

ଚିହ୍ନଟ ନୂଆ ୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ କେବଳ ୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ଲୋକାଲ୍ ମାମଲା ରହିଛି। ସେହିପରି ସୁସ୍ଥ ହୋଇଛନ୍ତି ୭ଜଣ।

ଅଧିକ ପଢନ୍ତୁ- ଆଜି ରାଜ୍ୟର ୯ ଜିଲ୍ଲାରେ ନୂଆ ସଂକ୍ରମିତ ଶୂନ, ଚିହ୍ନଟ ହେଲେ ୧୫୪ ପଜିଟିଭ୍

ଭୁବନେଶ୍ୱରରେ ମୋଟ୍ ଆକ୍ଟିଭ କେସ୍ ୨୦୪ ରହିଥିବା ବେଳେ ୩୧ ହଜାର ୩୬୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ମୃତ୍ୟୁ ମାମଲା ୨୪୫ରେ ପହଞ୍ଚିଥିଲା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୮୩୨ରେ ପହଞ୍ଚିଛି।

ଅଧିକ ପଢନ୍ତୁ- ସପ୍ତାହେ ଭିତରେ ଆସିବ ଦ୍ୱିତୀୟ ପର୍ଯ୍ୟାୟ କୋଭାକ୍ସିନ ଟିକା, ଏଣିକି ସିଏଚସିରେ ତିନି ଦିନ ଟିକାକରଣ

 

Comments are closed.