Latest Odisha News

BREAKING NEWS

ପୂର୍ବତନ ସିଜେଆଇ ଜଷ୍ଟିସ୍ ଗୋଗୋଇଙ୍କୁ z+ ସୁରକ୍ଷା 

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଭାରତ ସରକାର ଦେଶର ସବୁଠାରୁ ବଡ ସୁରକ୍ଷା ବଳୟ ପ୍ରଦାନ କରିଛନ୍ତି । ଏଣିକି ତାଙ୍କୁ z+ ଭିଆଇପି ସୁରକ୍ଷା ଯୋଗାଇ ଦିଆଯିବ । ୬୬ ବର୍ଷିୟ ଜଷ୍ଟିସ ଗୋଗୋଇଙ୍କୁ ସିଆରପିଏଫଙ୍କ ସଶସ୍ତ୍ର କମାଣ୍ଡୋ ସୁରକ୍ଷା ଯୋଗାଇ ଦେବେ ।

ତାଙ୍କୁ ୮ରୁ ୧୨ ଜଣ ସଶସ୍ତ୍ର ସିଆରପିଏଫ କମାଣ୍ଡୋ ଯିବା ଆସିବା ବେଳେ ସୁରକ୍ଷା ଦେବେ । ତାଙ୍କ ଘରେ ମଧ୍ୟ ସମାନ ସଂଖ୍ୟକ କମାଣ୍ଡୋ ମୁତୟନ ହେବେ । ସମଗ୍ର ଦେଶରେ ତାଙ୍କୁ ଏଭଳି ସୁରକ୍ଷା ମିଳିବ । ଏଭଳି ସୁରକ୍ଷା ପାଇବାରେ ଜଷ୍ଟିସ ଗୋଗୋଇ ୬୩ତମ ସଦସ୍ୟ । 

ସୁପ୍ରିମକୋର୍ଟରୁ ଅବସର ନେବା ପରେ ଜଷ୍ଟିସ ଗୋଗୋଇ ରାଜ୍ୟସଭା ସାଂସଦ ଭାବେ କାମ କରୁଛନ୍ତି । ପୂର୍ବରୁ ସେ ଦିଲ୍ଲୀ ପୋଲିସର ସୁରକ୍ଷା ବଳୟ ମଧ୍ୟରେ ଯିବା ଆସିବା କରୁଥିଲେ । କିନ୍ତୁ ଏବେ ତାଙ୍କୁ ସିଆରପିଏଫର ଭିଆଇପି ସୁରକ୍ଷା ବଳୟ ମିଳିବ ।

 

 

Leave A Reply

Your email address will not be published.