Latest Odisha News

BREAKING NEWS

ତୁଟୁନି କୃଷି ଆଇନ ବିବାଦ, ଏକାଦଶ ପର୍ଯ୍ୟାୟ ବୈଠକ ଫେଲ

ନୂଆଦିଲ୍ଲୀ: ସରକାର ଓ ଚାଷୀଙ୍କ ମଧ୍ୟରେ ହୋଇଥିବା ଏକାଦଶ ପର୍ଯ୍ୟାୟ ବୈଠକ ବିଫଳ । ବୈଠକ ପରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, କୃଷକଙ୍କ ହିତ ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ତେଣୁ ଏହାଠାରୁ ଅଧିକ ଆମେ କିଛି କରିପାରିବୁ ନାହିଁ । ଦିଆଯାଇଥିବା ପ୍ରସ୍ତାବକୁ କୃଷକ ପୁର୍ନବିଚାର କରନ୍ତୁ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ଦୀର୍ଘ ୫୮ ଦିନରେ ପହଞ୍ଚିଛି ଅନ୍ନଦାତାଙ୍କ ଆନ୍ଦୋଳନ । ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ବୈଠକରେ ସରକାର ଓ ୪୧ଟି କୃଷକ ସଙ୍ଗଠନ ମଧ୍ୟରେ ଆଲୋଚନା ହୋଇଥିଲା । କୃଷି ଆଇନକୁ ୧୮ ମାସ ପାଇଁ ସ୍ଥଗିତ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ସରକାର । କିନ୍ତୁ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ଚାଷୀ ସଙ୍ଗଠନ ।

କୃଷି ଆଇନକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଚାଷୀ । ସେହିପରି ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିବାକୁ ଜିଦ୍ ଧରିଛନ୍ତି ଚାଷୀ ସଙ୍ଗଠନ । ଜାତୀୟ ପତାକା ସହ ଟ୍ରାକ୍ଟର ରାଲି କରାଯିବ ବୋଲି ଚାଷୀ ନେତା ରାକେଶ ଟିକାୟତ ସୂଚନା ଦେଇଛନ୍ତି । ଅନ୍ୟପଟେ ଚାଷୀମାନେ ରିଙ୍ଗ୍‌ ରୋଡ୍‌ରେ ରାଲି କରିବାକୁ ଦାବି କରିଥିବା ବେଳେ, ଦିଲ୍ଲୀ ପୋଲିସ ଏନେଇ ଅନୁମତି ଦେଇନାହିଁ ।

Leave A Reply

Your email address will not be published.